Categories: ଜାତୀୟ

ହିମାଚଳ ଭାଜପାର ନୂଆ ମୁଖିଆ ହେଲେ ରାଜୀବ ବିନ୍ଦଲ, ୩ ବର୍ଷ ପରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୨୩।୪: ଭାରତୀୟ ଜନତା ପାର୍ଟି(ଭାଜପା) ଡା. ରାଜୀବ ବିନ୍ଦଲଙ୍କୁ ହିମାଚଳ ପ୍ରଦେଶ ଭାଜପାର ଅଧ୍ୟକ୍ଷ ନିଯୁକ୍ତ କରିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏହି ନିଯୁକ୍ତି କରିଛନ୍ତି। ଏ ସମ୍ପର୍କରେ ରାଷ୍ଟ୍ରୀୟ ମହାସଚିବ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇ ସାରିଛି। ଏହା ବ୍ୟତୀତ ହିମାଚଳ ଭାଜପାର ସଙ୍ଗଠନ ମନ୍ତ୍ରୀ ପଓ୍ବନ ରାଣାଙ୍କୁ ବଦଳାଇ ଦିଲ୍ଲୀର ସଙ୍ଗଠନ ମନ୍ତ୍ରୀ କରାଯାଇଛି। ସେମିତି ହିମାଚଳ ଭାଜପାର ସଙ୍ଗଠନ ମନ୍ତ୍ରୀ ଦାୟିତ୍ୱ ସିଦ୍ଧାର୍ଥନଙ୍କୁ ଦିଆଯାଇଛି।
ହିମାଚଳ ଭାଜପାର ବରିଷ୍ଠ ନେତା ଡା. ରାଜୀବ ବିନ୍ଦଲଙ୍କ ଜନ୍ମ ୧୨ ଜାନୁୟାରୀ ୧୯୫୫ରେ ହୋଇଥିଲା। ବିନ୍ଦଲ ଧୁମଲ ସରକାରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଥିଲେ। ଏହାପରେ ୨୦୧୭ରେ ଭାଜପା ସରକାର ଆସିବା ପରେ ତାଙ୍କୁ ହିମାଚଳ ବିଧାନସଭାର ଅଧ୍ୟକ୍ଷ କରାଯାଇଥିଲା। ପ୍ରାୟ ୨ ବର୍ଷ ହିମାଚଳ ପ୍ରଦେଶ ବିଧାନସଭାର ଅଧ୍ୟକ୍ଷ ରହିବା ପରେ ତାଙ୍କୁ ହିମାଚଳ ଭାଜପାର ଅଧ୍ୟକ୍ଷ କରାଯାଇଥିଲା। ସେ ଜାନୁୟାରୀ ୨୦୧୯ରୁ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ହିମାଚଳ ଭାଜପାର ଅଧ୍ୟକ୍ଷ ଥିଲେ।

Share