ସମସ୍ୟା ଘେରରେ ପୂର୍ଣ୍ଣବାସୀ କଲୋନୀ ରାଜୀବ ଆବାସ

ବ୍ରହ୍ମପୁର ଅଫିସ,୨୨ା୫: ସହରର ବସ୍ତି ବାସିନ୍ଦାଙ୍କୁ ଥଇଥାନ ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ସହରର ୧୨ଟି ସ୍ଥାନରେ ରାଜୀବ ଆବାସ ଆପାର୍ଟମେଣ୍ଟ ନିର୍ମାଣ କରାଯାଇଛି। ଯେଉଁଠାରେ ବସ୍ତି ବାସିନ୍ଦାମାନେ ରହିବାର ସୁଯୋଗ ପାଇଛନ୍ତି। ସୂଚନାଥାଉ କି, ବିଇଏମସି ପକ୍ଷରୁ ସହରରେ ୨୧୬୪ଟି ରାଜୀବ ଆବାସ ଗୃହ ନିର୍ମାଣ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୧୩୨ଟି ରାଜୀବ ଆବାସ ଗୃହ ନିର୍ମାଣ ସରିଛି। ଏଥିମଧ୍ୟରୁ ବିଇଏମସିର ୨୦୨୨-୨୩ ଆର୍ଥିକ ବର୍ଷରେ ୧୬୦ଟି ରାଜୀବ ଆବାସ ଗୃହ ନିର୍ମାଣ ସରିଥିବା ସୂଚନା ମିଳିଛି। ବିଇଏମସି ପକ୍ଷରୁ ନିର୍ମିତ ହେଉଥିବା ରାଜୀବ ଆବାସ ଆପାର୍ଟମେଣ୍ଟ୍‌ ଗୁଡିକରେ ବସ୍ତି ବାସିନ୍ଦାଙ୍କ ନିମନ୍ତେ ପାନୀୟ ଜଳ, ଆଲୋକୀକରଣ, ଡ୍ରେନେଜ ଓ ସୁଗମ ରାସ୍ତାର ବ୍ୟବସ୍ଥା କରାଯାଇଛି। କିନ୍ତୁ କେତେକ ଆପାର୍ଟମେଣ୍ଟ୍‌ ଗୁଡିକରେ ଆନୁସଙ୍ଗିକ ସୁବିଧା ନ ଥିବା କାରଣରୁ ବହୁ ବାସିନ୍ଦା ଆପାର୍ଟମେଣ୍ଟରେ ରହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିମଧ୍ୟରୁ ବିଇଏମସି ୨୦ ନଂ ୱାର୍ଡ ଅନ୍ତର୍ଗତ ପୂର୍ଣ୍ଣବାସୀ କଲୋନୀ ରାଜୀବ ଆବାସ ଆପାର୍ଟମେଣ୍ଟ୍‌ରେ ବହୁ ସମସ୍ୟା ଥିବା ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ଏହି ଆପାର୍ଟମେଣ୍ଟଟି ୨ ବର୍ଷ ହେବ ନିର୍ମାଣ କାର୍ଯ୍ୟ ସରିଛି। ଏଠାରେ ୧୨୮ଟି ଘର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୯୬ଟି ଘର ନିର୍ମାଣ ସରିଛି। ବର୍ତ୍ତମାନ ଏହି ଆପାର୍ଟମେଣ୍ଟରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଆଜକୁ ୧୦ ମାସ ତଳେ ବିଇଏମସି ପକ୍ଷରୁ ଏନଜିଟି ନିୟମ ବଳରେ ପୂର୍ଣ୍ଣବାସୀ କଲୋନୀ ଉଚ୍ଛେଦ ପରେ ଏଠାକାର ବାସିନ୍ଦା ବର୍ତ୍ତମାନ ଆପାଟର୍ର୍ମେଣ୍ଟରେ ରହୁଛନ୍ତି। କିନ୍ତୁ ଆପାର୍ଟମେଣ୍ଟରେ କୌଣସି ସୁବିଧା ନ ଥାଇ ଥଇଥାନ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ରହୁଥିବା ଲୋକେ ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ମୁତାବକ, ଘର ଗୁଡିକରେ ସିମେଣ୍ଟ୍‌ ପଲସ୍ତରା ଖସିବା ସହ ଘର ଛାତରୁ ପାଣି ଝରୁଛି। ଏପରିକି ଆପାର୍ଟମେଣ୍ଟ କାନ୍ଥରେ ରହିଥିବା ପାଇପ ଲାଇନ ଗୁଡିକ ଫାଟି ଯାଇଛି। ଅନ୍ୟପଟେ ଏଠାରେ ରହିଥିବା ଡ୍ରେନେଜ ସଫେଇ ହେଉ ନ ଥିବା କାରଣରୁ ବର୍ଷା ଦିନରେ ନର୍ଦ୍ଦମା ପାଣି ଯାତାୟତ ରାସ୍ତାରେ ଭାସମାନ ହେଉଛି। ଫଳରେ ଯାତାୟତ ସମୟରେ ବାଧା ସୃଷ୍ଟି ହେଉଛି। ଦୀର୍ଘ ଦିନ ଧରି ପାଣି ଜମି ରହିବା ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇ ମଶା ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ଏଥିସହ ଆପାର୍ଟମେଣ୍ଟକୁ ଆସିବା ନିମନ୍ତେ କାୈଣସି ସୁଗମ ରାସ୍ତା ନାହିଁ। ତତସହିତ ଆପାର୍ଟମେଣ୍ଟ୍‌ ବାହାରେ କାୈଣସି ଷ୍ଟ୍ରିଟ ଲାଇଟ ନ ଥିବା କାରଣରୁ ରାତ୍ରି ସମୟରେ ଆପାର୍ଟମେଣ୍ଟ୍‌ ପରିସର ଅନ୍ଧକାର ରହୁଛି। ଏ ବାବଦରେ ବିଇଏମସି କର୍ତ୍ତୃପକ୍ଷଙ୍କୁ ବହୁବାର ଅବଗତ କରାଯାଇଛି। କିନ୍ତୁ ସମସ୍ୟା ସମାଧାନ ଦିଗରେ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଆପାର୍ଟମେଣ୍ଟ୍‌ ବାସିନ୍ଦା ଦାବି କରିଛନ୍ତି। ଏ ନେଇ ବିଇଏମସି ନିର୍ବାହୀ ଯନ୍ତ୍ରୀ ନାଗେଶ୍ୱର ସୁବୁଦ୍ଧିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଆପାର୍ଟମେଣ୍ଟ କାର୍ଯ୍ୟ କରିଥିବା ସଂସ୍ଥାକୁ ପୁଣି ଥରେ ଡକାଯାଇ ମରାମତି ସାଙ୍ଗକୁ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri