ଛାଡପତ୍ର ପରେ ପୁଣି ଏକାଠି ହେବାକୁ ମନ

ବମ୍ବେ: ଛାଡ଼ପତ୍ର ଉପରେ ମୋହର ବାଜିବାର ଏକ ସପ୍ତାହ ପରେ ପୁଣିଥରେ ସ୍ତ୍ରୀଙ୍କୁ ନିଜର କରିବା ନେଇ ଇଚ୍ଛା ପ୍ରକାଶ କରିଥିଲେ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ। ଅଭିନେତ୍ରୀ ଚାରୁ ଅସୋପାଙ୍କ ସହ ତାଙ୍କର ବିବାହ ଅନେକ ମତାନ୍ତର ଦେଇ ଗତି କରିଥିଲା। ଦୁହିଁଙ୍କ ଚିନ୍ତାଧାରା ନ ମିଶିବା କାରଣରୁ ସେମାନେ ଅଲଗା ହୋଇଥିଲେ। ଏବେ କିନ୍ତୁ ସେମାନେ ଏକାଠି ହେବା ପରି ମନେ ହେଲାଣି।

ରାଜୀବ ଏକ ସାକ୍ଷାତକାରରେ ପୂର୍ବପତ୍ନୀ ଚାରୁଙ୍କୁ ନିଜର କରିବାକୁ ଚାହୁଁଥିବା କହିଥିଲେ। ଏବେ ଏନେଇ ମୁହଁ ଖୋଲିଛନ୍ତି ଚାରୁ। ଜଣଙ୍କୁ ହରାଇଦେବା ପରେ ତାର ମୂଲ୍ୟ ଜଣାପଡେ। ଯାହା ଏବେ ରାଜୀବଙ୍କ କ୍ଷେତ୍ରରେ ହେଉଛି। ଜୁନ ୮ରେ ଛାଡ଼ପତ୍ର ହୋଇଛି। ଏଣୁ ପୁଣି ଥରେ ଏକାଠି ହେବା କଥା ଚିନ୍ତା କରିବା ଶୀଘ୍ର ହୋଇଯିବ। ଭାବନାର ବଶବର୍ତ୍ତୀ ହୋଇ ସେ ଏଭଳି କହିଥାଇପାରନ୍ତି ବୋଲି ଚାରୁ କହିଛନ୍ତି।

Share