ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ: ପୁଣି ଏକାଠି ହେଲେ ସୁସ୍ମିତା ସେନ୍‌ଙ୍କ ଭାଇଭାଉଜ

ବମ୍ବେ: ପ୍ରଥମେ ବିବାହ ପରେ ଅଲଗା ରହିବାକୁ ନେଇ ଚର୍ଚ୍ଚାରେ ରହିଆସୁଥିଲେ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇଭାଉଜ। ଉଭୟେ ଛାଡ଼ପତ୍ର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏବେ ସେମାନଙ୍କୁ ଏକାଠି ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଫଟୋ ଛାଡ଼ି ସେମାନେ ଚର୍ଚ୍ଚା ଉପରେ ରୋକ ଲଗାଇଛନ୍ତି।

ଚାରୁ ବମ୍ବେରେ ଥିବା ବେଳେ ରାଜୀବ ଦିଲ୍ଲୀରେ ରହିଆସୁଥିଲେ। ହେଲେ ଏବେ ରାଜୀବ ବମ୍ବେ ଫେରିଛନ୍ତି। ଗୋଟିଏ ପଟେ ରାଜୀବଙ୍କୁ ବହୁତ ମନେ ପକାଇଥିବା ଚାରୁ କହିଥିବା ବେଳେ ରାଜୀବ ସ୍ତ୍ରୀଙ୍କୁ ବହୁତ ଭଲ ପାଉଥିବା କହିଛନ୍ତି। ଫଳରେ ଚାରୁ-ରାଜୀବଙ୍କ ମଧ୍ୟରେ ସବୁକିଛି ଠିକ୍‌ ହୋଇଥିବା ସ୍ପଷ୍ଟ ହୋଇଛି।

ତେବେ ଗତ ବର୍ଷ ଜୁନ୍‌ରେ ଧୁମ୍‌ଧାମରେ ବିବାହ କରିଥିଲେ ଚାରୁ-ରାଜୀବ। ହେଲେ ବିବାହ ବାର୍ଷିକୀରେ କେହି ଫଟୋ ପୋଷ୍ଟ କରି ନ ଥିଲେ। ପରେ ଉଭୟ ଉଭୟଙ୍କୁ ଅନ୍‌ଫଲୋ କରିବା ସହ ମିଶିକରି ଉଠାଇଥିବା ଫଟୋ କାଟିଦେଇଥିଲେ। ହେଲେ ଏବେ ପୁଣିଥରେ ସେମାନେ ଏକାଠି ହୋଇଛନ୍ତି।

Share