Categories: ଜାତୀୟ

ଦିନକରେ ୫୦୦୦ରୁ ଅଧିକ ଲୋକଙ୍କ ସହ ହାତ ମିଳାଉ ଥିଲେ ରାଜୀବ, ବେଳେବେଳେ ହାତରୁ ବୋହୁଥିଲା ରକ୍ତ: ସାମ ପିଟ୍ରୋଡା…

ନୂଆଦିଲ୍ଲୀ,୧୦।୧ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜ ଇଚ୍ଛା ଅନୁଯାୟୀ ପରିବେଶ ସୃଷ୍ଟି କରିବାରେ ବ୍ୟସ୍ତ ଅଛି। ରାହୁଲ ଗାନ୍ଧୀ ଏକ ନୂତନ ଯାତ୍ରା ଆରମ୍ଭ କରୁଛନ୍ତି। ଏହି ମର୍ମରେ ସାମ ପିଟ୍ରୋଡା ଏକ ଚ୍ୟାନେଲ ସହ ହୋଇଥିବା ଆଲୋଚନାରେ କହିଛନ୍ତି ରାହୁଲ ଗାନ୍ଧୀଙ୍କ ପରି ରାଜୀବ ଗାନ୍ଧୀ ମଧ୍ୟ ଅନେକ ଲୋକଙ୍କୁ ଭେଟୁଥିଲେ। ସେ ଦିନରେ ୫ ହଜାରରୁ ଅଧିକ ଲୋକଙ୍କ ସହ ହାତ ମିଳାଉଥିଲେ ଯେଉଁଥିପାଇଁ ତାଙ୍କ ହାତରୁ ବେଳେବେଳେ ରକ୍ତସ୍ରାବ ହେଉଥିଲା।

ଦିନେ ରାତିରେ ମୁଁ ଏବଂ ମୋ ସ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଭେଟିଥିଲୁ। ସେତେବେଳେ ତାଙ୍କ ହାତରୁ ରକ୍ତ ବାହାରୁଥିଲା। ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ପଚାରିଲି କଣ ହେଲା? ତେଣୁ ସେ କହିଲେ ଆଜି ମୁଁ ୫ ହଜାରରୁ ଅଧିକ ଲୋକଙ୍କ ସହ ହାତ ମିଳାଇଥିଲି। ମୁଁ ଯେଉଁଆଡେ ଗଲି ଲୋକମାନେ ହାତ ମିଳାଇଲେ। ସେସବୁ ଲୋକମାନେ ଚାଷ କରନ୍ତି, ସେମାନଙ୍କର ହାତ ବହୁତ ଶକ୍ତ ଥିଲା।

ମାତ୍ର ଏହାପରେ ମଧ୍ୟ ରାଜୀବ ଗାନ୍ଧୀ ଅଟକି ନ ଥିଲେ। ଏହି କ୍ରମ ଜାରି ରହିଥିଲା । ସେ ଖୁସିରେ ବଞ୍ଚିଥିଲେ ଏବଂ କହୁଥିଲେ ଲୋକଙ୍କୁ ଭେଟିବା ତାଙ୍କର କର୍ତ୍ତବ୍ୟ। ପ୍ରଧାନମନ୍ତ୍ରୀ ହେବା ସତ୍ତ୍ୱେ ସେ ଏତେ ସଂଖ୍ୟକ ଲୋକଙ୍କୁ ଭେଟୁଥିଲେ। ତେବେ ଏହି ବିବୃତ୍ତି ପରେ ଏବେ ଭାଜପା ପକ୍ଷରୁ ଗାନ୍ଧୀ ପରିବାରକୁ ନେଇ କଡ଼ା ସମାଲୋଚନା କରାଯାଇଛି।

Share