Categories: ରାଜ୍ୟ

ଭୁବନେଶ୍ୱର ଆଇଆଇଟି ବିଓଜି ଅଧ୍ୟକ୍ଷ ହେଲେ ରାଜେନ୍ଦ୍ର

ଭୁବନେଶ୍ୱର(ବ୍ୟୁରୋ),୨ା୯: ପାଓ୍ବାର ଗ୍ରୀଡ କର୍ପୋରେଶନର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସିଂ ଭୁବନେଶ୍ୱରସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି)ର ବୋର୍ଡ ଅଫ୍‌ ଗଭନର୍ସ(ବିଓଜି)ର ଅଧ୍ୟକ୍ଷଭାବେ ନିଯୁକ୍ତ ହୋଇଛନ୍ତି। ସେ ଏହି ପଦବୀରେ ୨୦୨୦ ଅଗଷ୍ଟ ୨୮ରୁ ଆସନ୍ତା ୩ବର୍ଷ ପାଇଁ କାର୍ଯ୍ୟ କରିବେ। ଆଇଆଇଟି ଅଧ୍ୟକ୍ଷ ପଦ ପାଇଁ ରାଜେନ୍ଦ୍ରଙ୍କ ନାମ ରାଷ୍ଟ୍ରପତି ମନୋନୀତ କରିଥିବା କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚ ଶିକ୍ଷା(ବୈଷୟିକ) ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ଯେ, ରାଜେନ୍ଦ୍ର ପୂର୍ବରୁ ଆଜ୍ୟୁର ପାଓ୍ବାର ଗ୍ଲୋବାଲ ଲିମିଟେଡର ସ୍ବାଧୀନ ନିର୍ଦ୍ଦେଶକ ପଦବୀରେ ମଧ୍ୟ ଅବସ୍ଥାପିତ ଥିଲେ।

Share