ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ୱର,୧୬।୫: ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ସେ ତାଙ୍କ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଭାଜପା ରାଜୁଙ୍କୁ ସୋରରୁ ପ୍ରାର୍ଥୀ କରି ଟିକେଟ୍‌ ଫେରାଇ ନେଇଥିଲା। ଯାହା ପରେ ସେ ଅସନ୍ତୋଷ ହୋଇ ଦଳ ଛାଡିଥିବା କୁହାଯାଉଛି।

ଭାରତୀୟ ଜନତା ପାର୍ଟି ସୋରରୁ ପ୍ରଥମେ ରାଜୁ ଦାସଙ୍କୁ ଟିକେଟ୍‌ ଦେଇଥିଲା। ଟିକେଟ୍‌ ପାଇବା ପରେ ରାଜୁ ଦାସ ଜୋରଦାର ପ୍ରଚାର ଆରମ୍ଭ କରିଥିଲେ । ହେଲେ ମଙ୍ଗଳବାର ଭାଜପା ସୋର ବିଧାନସଭା ପ୍ରାର୍ଥୀ ପରିବର୍ତ୍ତନ କରିଥିଲା। ରାଜୁଙ୍କ ଟିକେଟ କାଟି ଦଳ ପର୍ଶୁରାମ ଧଡ଼ାଙ୍କୁ ଟିକେଟ ଦେଇଛି।

Share