ଉପଜିଲାପାଳରୁ ଏମ୍‌କେସିଜିର ପ୍ରଶାସନିକ ଅଧିକାରୀ

ବ୍ରହ୍ମପୁର ଅଫିସ,୨୦।୬: ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲର ପ୍ରଶାସନିକ ଅଧିକାରୀ ଭାବେ ରାଜେନ୍ଦ୍ର ମିଞ୍ଜ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଭଞ୍ଜନଗର ଉପ-ଜିଲାପାଳ କାର୍ଯ୍ୟରତ ଥିଲେ।

କାର୍ଯ୍ୟାଳୟର ପ୍ରତିଷ୍ଠାନ ଅଧିକାରୀ ମନୋଜ କୁମାର ଖାଡଙ୍ଗାଙ୍କ ତତ୍ତ୍ୱାବଧାନରେ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏଥିରେ ଏମ୍‌କେସିଜି ଅତିରିକ୍ତ ଅଧିକ୍ଷକ ଡ଼ କିରଣ କୁମାର ପଟ୍ଟନାୟକଙ୍କ ସମେତ ସମସ୍ତ କର୍ମଚାରୀ ପ୍ରଶାସନିକ ଅଧିକାରୀ ମିଞ୍ଜଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏମ୍‌କେସିଜିରେ ପୂର୍ବରୁ ଥିବା ପ୍ରଶାସନିକ ଅଧିକାରୀ ସୁଦାମ ଚରଣ ମଣ୍ଡଳଙ୍କୁ ଶିଳ୍ପ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଭାବେ ଗତ ମେ’ ୨୪ରେ ବଦଳି କରାଯାଇଥିଲା। ସେହି ଦିନଠାରୁ ଏମ୍‌କେସିଜିରେ ଏହି ପଦବୀ ଖାଲି ରହିଥିଲା। ବର୍ତ୍ତମାନ ପ୍ରଶାସନିକ ଅଧିକାରୀ ଭାବେ ରାଜେନ୍ଦ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି।

 

Share