କରୋନା ଯୋଗୁ ସମସ୍ତ କ୍ରିକେଟ ସିରିଜ୍ ସ୍ଥଗିତ ରହିଛି। କିଛି କ୍ରିକେଟର ଘରେ ପରିବାର ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇଥିବା କେତେକ କ୍ରିକେଟରଙ୍କ କରୋନା ଭାଙ୍ଗି ଦେଇଛି। ଭାରତର ହ୍ବିଲ ଚେୟାର କ୍ରିକେଟ ଦଳର ଖେଳାଳି ରାଜେନ୍ଦ୍ର ସିଂ ଧାମି କରୋନା ଯୋଗୁ ଶ୍ରମିକ ଭାବରେ କାମ କରିବାକୁ ବାଧ୍ୟ ହୋଇଛନ୍ତି। କାରଣ ତାଙ୍କର ଅନ୍ୟ କୌଣସି କାମ ନାହିଁ। ଏହାପୂର୍ବରୁ ରାଜେନ୍ଦ୍ର ମ୍ୟାଚ ସମୟରେ ମିଳୁଥିବା ଟଙ୍କା ଏବଂ ବୃତ୍ତି ୍ଟଙ୍କାରେ ଚଳୁଥିଲେ।
ରାଜେନ୍ଦ୍ରଙ୍କର ମୁଣ୍ଡ ଉପରେ ବୃଦ୍ଧ ମାତାପିତା ଏବଂ ଭାଇଭଉଣୀଙ୍କ ଯତ୍ନ ନେବା ଦାୟିତ୍ୱ ଅଛି। ଉତ୍ତରାଖଣ୍ଡର ରାଇକୋଟ ନିବାସୀ ରାଜେନ୍ଦ୍ର ମନରେଗା ଅଧୀନରେ କାମ ଆରମ୍ଭ କରିଥିଲେ। ଧୀରେ ଧୀରେ ରାଜେନ୍ଦ୍ରଙ୍କ କଷ୍ଟ ସମାପ୍ତ ହେବାକୁ ଯାଉଛି। ତାଙ୍କ ଅବସ୍ଥା ଜାଣିବା ପରେ ଭାରତୀୟ ଅଲିମ୍ପିକ ଆସୋସିଏସନ ସାହାଯ୍ୟ କରିବାକୁ ଆଗେଇ ଆସିଛି। ସେ ରାଜେନ୍ଦ୍ରଙ୍କୁ ୫୦ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଥିବାବେଳେ ରାଜ୍ୟ ସରକାର କହିଛନ୍ତି ଯେ ସେ ମଧ୍ୟ ସାହାଯ୍ୟ କରିବେ।