Posted inଖେଳ

ରାଜେଶ, ଶ୍ରୀହନ ଚାମ୍ପିୟନ

ଭୁବନେଶ୍ୱର, ୮।୧(ତପନ ସ୍ବାଇଁ): କେଟି ଗ୍ଲୋବାଲ ଅଲ୍‌ ଓଡ଼ିଶା ଓପନ ଚେସ୍‌ର ୧୦ମ ସଂସ୍କରଣ ଏବଂ ରାଜ୍ୟ ଓପନ ବ୍ଲିଜ୍‌ ଚାମ୍ପିୟନଶିପ୍‌ ରବିବାର ସମାପ୍ତ ହୋଇଛି। କ୍ଲାସିକାଲ ଇଭେଣ୍ଟରେ ରାଜ୍ୟର ୮ ଜିଲାରୁ ୧୦୦ ଖେଳାଳି ଅଂଶଗ୍ରହଣ କରିଥିଲେ। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଟପ୍‌ ସିଡ୍‌ ପୁରୀର ରାଜେଶ ନାୟକ ୬.୬ ପଏଣ୍ଟ ପାଇ ଚାମ୍ପିୟନ ହୋଇଥିଲେ। ଗଜପତିର ତପନ ବଡ଼ମୁଣ୍ଡି ଓ ଅନୁଗୋଳର ଶ୍ରୀନିବାସ ମିଶ୍ର ୬ ପଏଣ୍ଟ ଲେଖାଏ ହାସଲ କରି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ୯ ରାଉଣ୍ଡ ବିଶିଷ୍ଟ ବ୍ଲିଜ୍‌ ଇଭେଣ୍ଟରେ ୮ ପଏଣ୍ଟ ପାଇ ଶ୍ରୀହନ ସାବତ ଚାମ୍ପିୟନ ହୋଇଛନ୍ତି। ସ୍ମାରକୀ ମହାନ୍ତି ଓ ତପନ ବଡ଼ମୁଣ୍ଡି ୭ ପଏଣ୍ଟ ଲେଖାଏ ହାସଲ କରି ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ପ୍ରତିଷ୍ଠିତ ଚେସ୍‌ କୋଚ୍‌ ସତ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ଆଇଆଇଜି ସ୍ପୋଟର୍‌ସ ଏକାଡେମୀର କ୍ରୀଡ଼ା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପୁହାଣ, ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ କାର୍ଯ୍ୟକାରିଣୀ ସଦସ୍ୟ ସୂର୍ଯ୍ୟକାନ୍ତ ବିଷୋୟୀ, ଷ୍ଟ୍ରେଟ୍‌ଜେମ୍‌ ସିଇଓ ଅମ୍ଳାନ ପ୍ରଧାନ, ଅନ୍ତର୍ଜାତୀୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୁରେଶ ସାହୁଙ୍କ ସମେତ ଅନ୍ତର୍ଜାତୀୟ ଆର୍ବିଟର ତାପସ କୁମାର ମହାନ୍ତି ଓ ସନ୍ତୋଷ କୁମାର ମହାପାତ୍ର ଟୁର୍ନାମେଣ୍ଟ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫...

ଅଂଶୁଘାତରେ ନିର୍ବାହୀ ଅଧିକାରୀ ଗୁରୁତର

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପିଇଓ କାଳିଆ ମଲ୍ଲିକ ମଙ୍ଗଳବାର ଅଂଶୁଘାତରେ ଗୁରୁତର...

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି...

୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’

ମୋହନା,୨୨ା୪ମନ୍ମଥ ମିଶ୍ର): ମା’ର ମମତା ଅନନ୍ୟ। ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ସନ୍ତାନକୁ ଝୁରି ହୋଇଥାଏ। ଗଜପତି ଜିଲା ପାରଳାଖେମୁଣ୍ଡି ମୋହନା...

ବିଶ୍ବ ଧରିତ୍ରୀ ଦିବସ ପାଳିତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି...

୧୦ ଆଥଲେଟ୍‌ଙ୍କୁ ସହାୟତାର ହାତ ବଢାଇଲେ ଶିବମ

ଚେନ୍ନାଇ,୨୨ା୪: ଭାରତ ତଥା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଲରାଉଣ୍ଡର ଶିବମ ଦୁବେ ମଙ୍ଗଳବାର ତାମିଲନାଡୁର ୧୦ ଉଦୀୟମାନ ଆଥଲେଟ୍‌ଙ୍କୁ ୭୦ ହଜାର ଲେଖାଏ ସହାୟତା...

ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ମିଳିଲା ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୨ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

ଛାଉଣୀ ନଥିବାରୁ ପ୍ରତିବାଦ: ପେଟ୍ରୋଲ ପମ୍ପକୁ ବନ୍ଦ କଲା ନାଗରିକ ମଞ୍ଚ

ବରଗଡ଼, ୨୨।୪(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ତାତି ବଢି ଚାଲିଛି। ଏଥିରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। କିନ୍ତୁ ଏଭଳି ସ୍ଥିତିରେ ବରଗଡ଼ ସହରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image