୬୮ ବର୍ଷରେ ଅଭିନେତ୍ରୀଙ୍କ ସେକ୍ସି ଫଟୋଶୁଟ୍‌ : ଭାଇରାଲ ପରେ ଲୋକେ କହିଲେ…

ବମ୍ବେ: ଚର୍ଚ୍ଚାରେ ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ ରଜନୀ ଚାଣ୍ଡି। ସେ ବି ନିଜର ଫଶୋଶୁଟ୍‌କୁ ନେଇ। କଳାକାର ଭାବେ ଫଟୋଶୁଟ୍‌ ସାଧାରଣ କଥା ହୋଇଥିଲେ ହେଁ ୬୮ ବର୍ଷ ବୟସରେ ତାଙ୍କର ସେକ୍ସି ଫଟୋଶୁଟ୍‌ ପ୍ରଶଂସକଙ୍କ ନିଦ ହଜାଇଛି।

ଗୃହିଣୀରୁ ଅଭିନେତ୍ରୀ ଭାବେ ଲୋକପ୍ରୀୟ ରଜନୀ ସାଧାରଣତଃ ରଙ୍ଗୀନ ଶାଢ଼ି ପିନ୍ଧିଥାନ୍ତି। ହେଲେ ଭାଇରାଲ ଫଟୋଶୁଟ୍‌ରେ ସେ ଜମ୍ପଶୁଟ୍‌, ଲମ୍ବା ଡ୍ରେସ୍‌ ଏବଂ ଛୋଟ ଡେନିମ୍‌ ପିନ୍ଧିଥିବା ନଜର ଆସୁଛନ୍ତି। କେରଳର ସ୍ଥାନୀୟ ଗଣମାଧ୍ୟମ ତାଙ୍କୁ ‘ବୋଲ୍ଡ ଆଣ୍ଡ ବିଉଟିଫୁଲ’ କୁହାଯାଉଛି।

ଜଣେ ୨୯ ବର୍ଷୀୟ ଫଟୋଗ୍ରାଫର ରଜନୀଙ୍କୁ ନେଇ ଏକ୍ସପେରିମେଣ୍ଟ କରିବାକୁ ଚାହିଁଥିଲେ। ତାଙ୍କ କଥାକୁ ମାନି ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି ସେ। ଏହାର କିଛି ଫଟୋକୁ ସେ ଫେସବୁକ୍‌ରେ ଶେୟାର କରିଥିଲେ। ଏଥିରେ ମିଶ୍ରିତ ପ୍ରତିକ୍ରିୟା ମିଳୁଛି। କିଛି ଏହାକୁ ପସନ୍ଦ କରୁଥିବା ବେଳେ କିଛି ଟ୍ରୋଲ କରୁଛନ୍ତି। ଏପରିକି ତାଙ୍କ ଫୋନ ନମ୍ବର ଆଣି ହ୍ବାଟ୍ସଆପ୍‌ରେ ଆଣ୍ଟି ଭଲ ଲାଗୁଛନ୍ତି ବୋଲି କହୁଥିବା ସେ ଅଭିଯୋଗ ମଧ୍ୟ କରିଛନ୍ତି।

Share