ସୋସିଆଲ ମିଡିଆ ଆପ୍‌ ଲଞ୍ଚ୍‌ କଲେ ରଜନୀକାନ୍ତ

ମୁମ୍ବାଇ: ଲୋକପ୍ରିୟ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଏକ ନୂଆ ସୋସିଆଲ ମିଡିଆ ଆପ୍‌ ଲଞ୍ଚ କରିଛନ୍ତି। ଏହି ଆପ୍‌ର ନାଁ Hoote। ଏହା ଏକ ଭଏସ୍‌ ଆଧାରିତ ସୋସିଆଲ ମିଡିଆ ଆପ୍‌। ଏହି ଆପ୍‌ରେ ଜଣେ ୬୦ ସେକେଣ୍ଡ ପର୍ଯ୍ୟନ୍ତ ଏକ ଭଏସ୍‌ ନୋଟ ପଠାଇବାର ସୁବିଧା ଅଛି । ପୋଷ୍ଟକୁ ଅଧିକ ଭଲ କରିବା ପାଇଁ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍‌ ମଧ୍ୟ ବ୍ୟବହାର କରିହେବ।
ଏହି ଆପ୍‌ ତାମିଲ୍‌, ହିନ୍ଦୀ, ତେଲୁଗୁ, ମରାଠୀ, ମାଲାୟାଲମ, କନ୍ନଡ, ବଙ୍ଗାଳୀ ଏବଂ ଗୁଜୁରାଟୀ ସହିତ ୮ଟି ଭାରତୀୟ ଭାଷା ଏବଂ ୩ଟି ଅନ୍ତର୍ଜାତୀୟ ଭାଷାକୁ ସପୋର୍ଟ କରେ। ଅନ୍ୟ ଆପ୍‌ ଭଳି ଏହି ଆପ୍‌ରେ ମଧ୍ୟ ପୋଷ୍ଟଗୁଡିକ ଲାଇକ୍‌, ରିପୋଷ୍ଟ ଏବଂ ଶେୟାର କରିହେବ। ପୋଷ୍ଟ ଗୁଡିକର କ୍ୟାପ୍‌ସନ ୧୨୦ ଶବ୍ଦ କିମ୍ବା ତା’ଠାରୁ କମ୍‌ ହୋଇଥିବା ଆବଶ୍ୟକ।

Share