ରାଜନୀତି ଛାଡିଲେ ରଜନୀକାନ୍ତ

ଚେନ୍ନାଇ,୧୨ ।୭: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ରଜନୀ ମକ୍କଲ ମନ୍ଦ୍ରମର ଅଧିକାରୀଙ୍କ ସହ କଥା ହେବା ପରେ କେବେବି ରାଜନୀତିକୁ ଆସିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି । ସେ ତାଙ୍କ ରାଜନୈତିକ ଦଳ ‘ରଜନୀ ମକ୍କଲ ମନ୍ଦ୍ରମ’କୁ ଭାଙ୍ଗି ଦେଇଛନ୍ତି । ଏହାସହ ରଜନୀକାନ୍ତ କହିଛନ୍ତି ସେ ଆଉ କେବେ ବି ରାଜନୀତି କରିବେ ନାହିଁ । ତେବେ ତାଙ୍କ ସଙ୍ଗଠନ ଏବେ ରଜନୀ ରସିଗର ନରପାନି ମନ୍ଦରାମ ନାମରେ ଜନତାଙ୍କ ସେବା କରିବ । ନିଜ ରାଜନୈତିକ ଦଳ ଭାଙ୍ଗିବା ସମୟରେ ତାଙ୍କ ପ୍ରଶଂସକଙ୍କ ସହ ମଧ୍ୟ ବୈଠକ କରିଥିଲେ । ସୂଚନାଯୋଗ୍ୟ, ଏହା ପୂର୍ବରୁ ଅର୍ଥାତ୍ ୨୦୨୦ରେ ରଜନୀକାନ୍ତ ରାଜନୀତି କରିବେ ନାହିଁ ବୋଲି କହିଥିଲେ । ହେଲେ ପୁଣିଥରେ ସେ ଏହାକୁ ନେଇ ଚିନ୍ତା କରିଥିଲେ । ଏବେ କିନ୍ତୁ ସେ ନିଜ ଦଳ ଭାଙ୍ଗି ଦେବା ସହ କେବେବି ରାଜନୀତିରେ ପାଦ ରଖିବେ ନାହିଁ ବୋଲି କହିଛନ୍ତି । ତେଣୁ ଅନୁମାନ କରାଯାଉଛି କି ସୁପରଷ୍ଟାର ଆଉ କେବେ ରାଜନୀତି ମଇଦାନକୁ ଆସିବେ ନାହିଁ ।

Share