ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ ପ୍ରବେଶ କରିଛନ୍ତି। ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହୋଇଛି। ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ଏହି ସମୟ ମଧ୍ୟରେ ସାଧାରଣ ଲୋକଙ୍କ ସହ ଚଳଚ୍ଚିତ୍ର ତାରକାମାନେ ମତଦାନ ବୁଥ ବାହାରେ ମଧ୍ୟ ନଜର ଆସିଛନ୍ତି।

ଶୁକ୍ରବାର ଲୋକ ସଭା ର ପ୍ରଥମ ପର୍ଯ୍ୟାୟରେ ଦେଶର ୨୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୧୦୨ଟି ଲୋକ ସଭା ଆସନରେ ଭୋଟ ଗ୍ରହଣ କରାଯିବ। ତାମିଲନାଡୁର ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଯେଉଁଠାରୁ ତିନୋଟି ସୁପରଷ୍ଟାରଙ୍କ ଭିଡିଓ ସାମ୍ନାକୁ ଆସିଛି। ତାମିଲ ଅଭିନେତା ଅଜିତ କୁମାର ଭୋଟ ଦେବା ପାଇଁ ସର୍ବ ପ୍ରଥମେ ପହଞ୍ଚିଥିଲେ। ତାଙ୍କ ଭିଡିଓ ଥିରୁଭାନମିୟୁର ମତଦାନ ବୁଥରୁ ଆସିଛି। କଡା ସୁରକ୍ଷା ମଧ୍ୟରେ ଅଭିନେତା ଅଜିତ କୁମାର ପ୍ରଥମ ପର୍ଯ୍ୟାୟରେ ଭୋଟ ଦେବାକୁ ଆସିଥିଲେ। ଦକ୍ଷିଣର ବାଣିଜ୍ୟ ବିଶ୍ଳେଷକ ରମେଶ ବାଲା ସୂଚନା ଦେଇଛନ୍ତି ଯେ ଏହି ଅଭିନେତା ପ୍ରଥମେ ସକାଳ ୬ଟା ୪୫ରେ ନିଜର ଭୋଟ ଦେଇଥିଲେ।

Share