ରାଜନୀତିକୁ ଆସନ୍ତୁ ରଜନୀକାନ୍ତ

ଚେନ୍ନାଇ,୧୦ ।୧: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଅଭିନେତା ରଜନୀକାନ୍ତଙ୍କ ସମର୍ଥକମାନେ ଦାବି କରିଛନ୍ତି ଯେ ରଜନୀକାନ୍ତ ରାଜନୀତିକୁ ଆସନ୍ତୁ । ଏହି ଦାବିରେ ସମର୍ଥକମାନେ ଚେନ୍ନାଇର ବଲ୍ଲୁବରକୋଟ୍ଟମରେ ପ୍ରଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ରଜନୀକାନ୍ତ ଡିସେମ୍ବର ମାସରେ ରାଜନୀତିକୁ ଆସିବେ ନାହିଁ ବୋଲି କହିଥିଲେ । ଏହାପରେ ତାଙ୍କର ପ୍ରଶଂସକମାନେ ନିରାଶ ହୋଇଥିଲେ । ୨୦୧୭ରେ ରଜନୀକାନ୍ତ ଘୋଷଣା କରିଥିଲେ କି ସେ ରାଜନୀତିକୁ ଆସିବେ । ହେଲେ ପରେ ସେ ଫିଲ୍ମ ନିର୍ମାଣରେ ବ୍ୟସ୍ତ ରହି ଯାଇଥିଲେ । ପରେ କିନ୍ତୁ କହିଥିଲେ ମୁଁ ମୁଖ୍ୟମନ୍ତ୍ରୀ ହେବି ନାହିଁ ହେଲେ ଏକ ରାଜନୈତିକ ଦଳ ଗଠନ କରିବି । ଡିସେମ୍ବର ୩ରେ ସେ କହିଥିଲେ ଜାନୁୟାରୀ ୨୦୨୧ରେ ତାଙ୍କର ଦଳ ଲଞ୍ଚ ହେବ ଆଉ ଏହାର ଘୋଷଣା ୩୧ ଡିସେମ୍ବରରେ ହେବ । କିନ୍ତୁ ଫିଲ୍ମ ଶୁଟିଂ ସମୟରେ ତାଙ୍କର କେତେଜଣ ମେମ୍ବର କରୋନାରେ ପୀଡ଼ିତ ହେବା ପରେ ରଜନୀକାନ୍ତ ବି ଅସୁସ୍ଥ ହୋଇପଡିଥିଲେ । ହେଲ ସୁସ୍ଥ ହୋଇ ଫେରିବା ପରେ ସେ ଘୋଷଣା କରିଥିଲେ କି ସେ ଆଉ ରାଜନୀତି କରିବେ ନାହିଁ । ଯାହା ତାଙ୍କ ସମର୍ଥକଙ୍କୁ ନିରାଶ କରିଥିଲା ।

Share