ଘୁଞ୍ଚିଲା ‘ଜେଲର’ ରିଲିଜ୍‌ ଡେଟ୍‌

ଦକ୍ଷିଣ ସିନେମା ସୁପରଷ୍ଟାର ରଜନୀକାନ୍ତ ତାଙ୍କର ଆଗାମୀ ଫିଲ୍ମ ‘ଜେଲର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ତେବେ ଦର୍ଶକଙ୍କୁ ଫିଲ୍ମ ଦେଖିବା ପାଇଁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ ଫିଲ୍ମର ରିଲିଜ ତାରିଖରେ ପରିବର୍ତ୍ତନ ହୋଇଛି। ଏହି ଫିଲ୍ମ ଚଳିତ ବର୍ଷ ଏପ୍ରିଲ କିମ୍ବା ମେ’ରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ବର୍ତ୍ତମାନ ଫିଲ୍ମର ରିଲିଜ ତାରିଖକୁ ସ୍ଥଗିତ ରଖାଯାଇଛି। ନିର୍ମାତାମାନେ ୧୧ ଅଗଷ୍ଟ ୨୦୨୩ରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରୁଛନ୍ତି।
ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ମୁଖ୍ୟ କଳାକାରଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ ‘ଜେଲର’ର ଶୁଟିଂ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ନେଲସନ ଦିଲୀପକୁମାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି।
‘ଜେଲର’ରେ ଫିଲ୍ମଟି ଏକ ଡାର୍କ କମିକ ଥ୍ରୀଲର। ରଜନୀକାନ୍ତଙ୍କ ବ୍ୟତୀତ ମାଲାୟାଲମ ସୁପରଷ୍ଟାର ମୋହନଲାଲ, କନ୍ନଡ ସୁପରଷ୍ଟାର ଶିବ ରାଜକୁମାର ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

Share