ରଜନୀକାନ୍ତ ଅସୁସ୍ଥ

ହାଇଦ୍ରାବାଦ,୨୫ ।୧୨: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଅସୁସ୍ଥ ହୋଇଥିବା ଜଣାପଡିଛି । ଶୁକ୍ରବାର ସକାଳେ ତାଙ୍କୁ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଚ୍ଚ ରକ୍ତଚାପ କାରଣରୁ ସେ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, କିଛିଦିନ ତଳେ ରଜନୀକାନ୍ତଙ୍କ ଫିଲ୍ମ ଅନ୍ନାଥେ ଶୁଟିଂ ସେଟରେ ୭ ଜଣ ସଦସ୍ୟ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଥିଲା । ହେଲେ ଏହାପରେ ୭୦ ବର୍ଷୀୟ ରଜନୀକାନ୍ତଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା । ଏବେ ସେ ଉଚ୍ଚ ରକ୍ତଚାପ ସହ ଅତ୍ୟଧିକ କାମର ଚାପ ଯୋଗୁ ଅସୁସ୍ଥ ହୋଇ ପଡିଥିବା କୁହାଯାଉଛି ।

Share