ବିଗିଡ଼ିଲା ସ୍ବାସ୍ଥ୍ୟାବସ୍ଥା: ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ,୨୫।୧୨: ତାମିଲ ସୁପରଷ୍ଟାର ରଜନୀକାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ସକାଳେ ତାଙ୍କର ବ୍ଲଡପ୍ରେସର(ରକ୍ତଚାପ) ଦ୍ରୁତ ବେଗରେ ଉପରତଳ ହେଉଥିବାରୁ ତାଙ୍କୁ ଶୁକ୍ରବାର ସକାଳେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତ ୧୦ ଦିନ ଧରି ରଜନୀକାନ୍ତ ହାଇଦ୍ରାବାଦର ରାମୋଜି ଫିଲ୍ମସିଟିରେ ‘ଅନ୍ନାଥେ’ ଫିଲ୍ମର ଶୁଟିଂ କରୁଥିଲେ। ସେଟ୍‌ରେ ପ୍ରାୟ ଆଠଜଣ ବ୍ୟକ୍ତି କରୋନା ପଜିଟିଭ ଜଣାପଡ଼ିବା ପରେ ତାଙ୍କର ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିଲା। ହେଲେ ଡିସେମ୍ବର ୨୨ରେ କୋଭିଡ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଲକ୍ଷଣ ନ ଥିଲେ ହେଁ ସେବେଠାରୁ ସେ ଆଇସୋଲେଶନରେ ରହିଥିଲେ। ତାଙ୍କର ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିଲା। ମାତ୍ର ହଠାତ ତାଙ୍କର ରକ୍ତଚାପ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବା ଦେଖାଯାଇଥିଲା। ଫଳରେ ପରୀକ୍ଷା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥାବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

Share