‘ଜେଲର’ର ସଫଳତା ମଧ୍ୟରେ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ରଜନୀକାନ୍ତ

ରାଞ୍ଚି,୧୭।୮: ସାଉଥ ସୁପରଷ୍ଟାର ରଜନୀକାନ୍ତ ନିକଟରେ ମୁକ୍ତିଲାଭ କରିଥିବା ଆକ୍ସନ ଫିଲ୍ମ ‘ଜେଲର’ ହେତୁ ଚର୍ଚ୍ଚାରେ ଅଛନ୍ତି। ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ଧମାକାଦାର ରୋଜଗାର କରୁଛି। ନେଲସନ ଦିଲୀପକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଭାରତ ତଥା ସମଗ୍ର ବିଶ୍ୱରେ ଭଲ ବ୍ୟବସାୟ କରୁଛି। ଏହିଫିଲ୍ମଟି ଅତ୍ୟଧିକ ଭଲ ପ୍ରଦର୍ଶନ ଜାରି ରଖିଥିବାବେଳେ ମେଗାଷ୍ଟାର ରଜନୀକାନ୍ତ ଏହି ସଫଳତା ଉପରେ ଆଧାର କରି ରାମଗଡର ରଜରପ୍ପା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରାଞ୍ଚି ଫେରିଛନ୍ତି। ଏଠାରେ ଭେଟେରାନ ଅଭିନେତା ରାଞ୍ଚିର ଏକ ଆଶ୍ରମରେ ଏକ ଘଣ୍ଟା ଧ୍ୟାନ କରିଛନ୍ତି ଏବଂ ଏହା ପୂର୍ବରୁ ରଜନୀକାନ୍ତ ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍‌ଙ୍କୁ ଭେଟିଥିଲେ।

Share