Categories: ଜାତୀୟ

ତାମିଲନାଡୁ ବିଧାନସଭା ନିର୍ବାଚନରେ ୨୩୪ ଆସନରେ ପ୍ରାର୍ଥୀ ଦେବ ରଜନୀକାନ୍ତଙ୍କ ଦଳ

ଚେନ୍ନାଇ,୫ ।୧୨: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପାଦ ଦେବା ପରଠାରୁ ସେ ତାଙ୍କର ଏକ ଦଳ ଗଠନ କରିବେ ବୋଲି ଆଲୋଚନା ହେଉଛି । ତେବେ ୨୦୨୧ରେ ସେ ତାଙ୍କର ଦଳ ଗଠନ କରିବେ ବୋଳି ନିକଟରେ ସେ କହିଛନ୍ତି । ଏହାସହ ସେ ସ୍ପଷ୍ଟ କରିଥିଲେ କି ତାଙ୍କ ଦଳ ୨୦୨୧ରେ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ଲଢିବ । ଏବେ ଚେନ୍ନାଇରେ ଥିବା ତାଙ୍କର ରାଜନୈତିକ ପରାମର୍ଶଦାତା ତମଲିରୁବି ମଣିୟମ କହିଛନ୍ତି ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ସମସ୍ତ ୨୩୪ ଆସନରେ ପ୍ରାର୍ଥୀ ଦେବ । ଏହାସହ ତାଙ୍କ ରାଜନୀତି ଘୃଣାର ବିପରିତ ଆଧ୍ୟାତ୍ମିକ ରାଜନୀତି ହେବ ବୋଳି ସେ କହିଛନ୍ତି । ଏହାକୁ ନେଇ ଏବେ ଅଭ୍ୟାସ ଚାଲିଥିବା କହିଛନ୍ତି । ପୂର୍ବରୁ ତାଙ୍କ ଦଳକୁ ନେଇ ରଜନୀକାନ୍ତ କହିଥିଲେ ଏବେ ପରିବର୍ତ୍ତନର ସମୟ ଆସିଛି । ତେଣୁ ଯଦି ଏହା ଏବେ କରା ନ ଯାଏ ତେବେ ଏହା କେବେ ହୋଇ ପାରିବ ନାହିଁ । ସେ ଯାହା କୁହନ୍ତି ତାହା କରନ୍ତି ବୋତି ମଧ୍ୟ କହିଥିଲେ । ଏଥିପାଇଁ ସେ ଜନତାଙ୍କ ସହଯୋଗ ଲୋଡିଥିଲେ । ତା’ହେଲେ ଯାଇ ପରିବର୍ତ୍ତନ ସମ୍ଭବ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଏପ୍ରିଲ-ମେ ମଧ୍ୟରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହୋଇପାରେ ।

Share