Advertisement

ବଦ୍ରିନାଥ ଦର୍ଶନ କଲେ ରଜନୀକାନ୍ତ

ଡେରାଡୁନ: ରିଲିଜ ପରଠାରୁ ଚର୍ଚ୍ଚାରେ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’। ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ଯୋଗୁ ଅଭିନେତାଙ୍କ ଖୁସି ଦ୍ୱିଗୁଣିତ ହୋଇଛି। ରଜନୀକାନ୍ତ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବା ସହ ଚାରି ଧାମ ଯାତ୍ରାରେ ବାହାରିଛନ୍ତି। ନିକଟରେ ସେ ବଦ୍ରିନାଥ ମନ୍ଦିର ଦର୍ଶନ କରିଛନ୍ତି। ଏହି ସମୟର ଫଟୋ ଏବଂ ଭିଡିଓ ବେଶ ଭାଇରାଲ ହେଉଛି। ବଦ୍ରିନାଥରେ ଗୋଟିଏ ଦିନ ରହିବା ପରେ ରଜନୀକାନ୍ତ କେଦାରନାଥ ଦର୍ଶନ କରିବାକୁ ଯିବେ।

ଫିଲ୍ମ ବିଷୟରେ କଥା ହେଲେ ଜେଲର୍‌ ରିଲିଜ ଦିନ ଛୁଟି ଘୋଷଣା କରାଯାଇଥିଲା। ୯୦୦ ସ୍କ୍ରିନରେ ଦର୍ଶକେ ଏହାକୁ ଦେଖିବାକୁ ପାଇଥିଲେ। ଦୁଇ ବର୍ଷ ପରେ ଅଭିନେତାଙ୍କ ଫିଲ୍ମ ରିଲିଜ ହୋଇଥିବାରୁ ଏହା ପ୍ରଥମ ଦିନ ଭଲ ରୋଜଗାର କରିଥିଲା। ତେବେ ଏଥିରେ ଅନ୍ୟ ପ୍ରମୁଖ କଳାକାର ଭାବେ ତମନ୍ନା ଭାଟିଆ, ରାମ୍ୟା କୃଷ୍ଣନନ, ଯୋଗୀ ବାବୁ, ବିନାୟକନ, ମୋହନଲାଲ ଏବଂ ଜ୍ୟାଙ୍କି ଶ୍ରଫ ପ୍ରମୁଖ ନଜର ଆସୁଛନ୍ତି।

Share