Categories: ଜାତୀୟ

ରାଜନୈତିକ ଦଳ ଗଠନ କରିବେ ନାହିଁ ରଜନୀକାନ୍ତ

ଚେନ୍ନାଇ,୨୯।୧୨: କୌଣସି ରାଜନୈତିକ ଦଳ ଗଠନ ନ କରିବାକୁ ସୁପରଷ୍ଟାର ରଜନୀକାନ୍ତ ମଙ୍ଗଳବାର ଘୋଷଣା କରିଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରଜନୀକାନ୍ତ ରାଜନୈତିକ ଦଳ ଗଠନ କରିବା ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏନେଇ ସେ ଡିସେମ୍ବର ୩୧ରେ ଘୋଷଣା କରିବା ନେଇ ଚର୍ଚ୍ଚା ମଧ୍ୟ ହେଉଥିଲା। ରାଜନୈତିକ ଦଳ ଗଠନ ପରେ ରଜନୀକାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବ ବୋଲି କୁହାଯାଉଥିଲା। ତେବେ ହାଇଦ୍ରାବାଦ୍‌ରେ ଏକ ଫିଲ୍ମର ଶୁଟିଂ ସମୟରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟ ଖରାପ ହେବା ଭଗବାନଙ୍କ ଚେତାବନୀ। ତେବେ ରାଜ୍ୟର ସାଧାରଣ ଜନତାଙ୍କ ପାଇଁ ସେ କାମ ଜାରି ରଖିବେ ବୋଲି ରଜନୀକାନ୍ତ କହିଛନ୍ତି।

Share