ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ଫିଲ୍ମ ‘ଜେଲର’ ଦେଖିବେ ରଜନୀକାନ୍ତ

ଲକ୍ଷ୍ନୌ,୧୯।୮: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ଭଲ ରୋଜଗାର କରୁଛି। ତେବେ ଚଳଚ୍ଚିତ୍ରର ସଫଳତା ପାଇଁ ଅଭିନେତା ବହୁତ ଖୁସି ଅଛନ୍ତି। ଏହି ସମୟରେ ଅଭିନେତା ରଜନୀକାନ୍ତ ଶୁକ୍ରବାର ସାରେ ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିଥିବା ବେଳେ ଶନିବାର ଅଭିନେତା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବେ ବୋଳି ଜଣାପଡିଛି। ଖବରଦାତାଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ,ସେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ଚଳଚ୍ଚିତ୍ର ‘ଜେଲର’ ଦେଖିବାକୁ ଯିବେ।

ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ ଶୁକ୍ରବାର ସାରେ ଲକ୍ଷ୍ନୌ ବିମାନବନ୍ଦରରେ ପହଞ୍ଚିଥିଲେ, ଯେଉଁଠାରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ ଖବରଦାତାମାନେ ପ୍ରଶ୍ନ କରିଥିଲେ, ସେତେବେଳେ କହିଥିଲେ ଯେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଫିଲ୍ମ ଦେଖିବେ।

Share