Categories: ଜାତୀୟ

ରାଜୀବ ହତ୍ୟାକାରୀଙ୍କ ମୁକ୍ତିକୁ ନେଇ ସୁପ୍ରମିକୋର୍ଟର ଦ୍ୱାରସ୍ଥ ହେଲା କେନ୍ଦ୍ର

ନୂଆଦିଲ୍ଲୀ,୧୭।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ୬ଜଣ ଅପରାଧୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲରୁ ମୁକ୍ତ କରାଯାଇଛି। ତେବେ ଉକ୍ତ ନିଷ୍ପତ୍ତିର ପୁନର୍ବିଚାର ଲାଗି ଗୁରୁବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ର ପକ୍ଷରୁ ରିଭ୍ୟୁ ପିଟିଶନ ଦାଏର ହୋଇଛି। ପର୍ଯ୍ୟାପ୍ତ ଶୁଣାଣି ପାଇଁ ସୁଯୋଗ ଦିଆ ନ ଯାଇ ୬ ଅପରାଧୀଙ୍କୁ ମୁକ୍ତ କରିଦିଆଗଲା। ଏହା ସ୍ବାଭାବିିକ ନ୍ୟାୟ ସିଦ୍ଧାନ୍ତର ବିରୁଦ୍ଧାଚରଣ ଏବଂ ଏଭଳି ନିଷ୍ପତ୍ତିର ପରିଣାମ ନ୍ୟାୟର ବିଫଳତା ବୋଲି କେନ୍ଦ୍ର ସରକାର ପିଟିଶନରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ମୁକ୍ତ କରାଯାଇଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣ ଶ୍ରୀଲଙ୍କା ନାଗରିକ। ସେମାନଙ୍କୁ ଆତଙ୍କବାଦୀ ଭାବେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହା ଅନ୍ତର୍ଜାତୀୟ ବିଷୟ ହୋଇଥିବାରୁ କ୍ଷମା ପ୍ରଦାନ ଭାରତ ସରକାରଙ୍କ ସାର୍ବଭୌମତ୍ୱ କ୍ଷମତା ପରିସରଭୁକ୍ତ ବୋଲି ପିଟିଶନରେ କୁହାଯାଇଛି।

Share