ନୂଆଦିଲ୍ଲୀ,୨୦।୮: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ହେଉଛି ରବିବାର ୭୯ ତମ ଜୟନ୍ତି। ଏହି ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପିତାଙ୍କୁ ମନେପକାଇ ଏକ ଭାବୁକ ଟୁଇଟ କରିଛନ୍ତି। ଗୋଟିଏ ଗୀତର ଲାଇନ ଲେଖି ସେ କହିଛନ୍ତି ଏହା ସବୁବେଳେ ମୋ ଆଖିରେ ଲୁହ ଆଣିଥାଏ।
ପ୍ରିୟଙ୍କା ଗାନ୍ଧୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ରାଜୀବ ଗାନ୍ଧୀ ପ୍ରସିଦ୍ଧ ଅଭିନେତା ରାଜ କପୁରଙ୍କ ଫିଲ୍ମ ଅନାଡୀ ଗୀତର ଧାଡ଼ି ଲେଖିବାବେଳେ ହସୁଥିବାର ନଜର ଆସିଛନ୍ତି। ସେ ଲେଖିଛନ୍ତି, କିସି କି ମୁସକୁରାହଟୋପେଁ ପେ ହୋ ନିସାର, କିସି କା ଦର୍ଦ ମିଲ ସକେ ତୋ ଲେ ଉଧାର, କିସି କେ ବାସ୍ତେ ହୋ ତେରେ ଦିଲ ମେ ପ୍ୟାର, ଜୀନା ଇସି କା ନାମ ହୈ…।’ ସେ ଆହୁରି ଲେଖିଛନ୍ତି, ‘ଜିନ୍ଦା ହୈ ହମି ସେ ନାମ ପ୍ୟାର କା, କି ମର କେ ଭି କିସି କୋ ୟାଦ ଆଏଙ୍ଗେ, କିସି କେ ଆସୁଂଓ ମେ ମୁସକୁରାଏଙ୍ଗେ, କହେଗା ଫୁଲ କଲିସେ ବାର ବାର, ଜିନା ଇସିକା ନାମ ହୈ।’
ପ୍ରିୟଙ୍କା ଗାନ୍ଧୀ ଲେଖିଛନ୍ତି, ଏହି ଲାଇନ ଗୁଡିକ ସବୁବେଳେ ମୋତେ ଆପଣଙ୍କ କଥା ମନେ ପକାଇଥାଏ ଏବଂ ଆଜି ପର୍ଯ୍ୟନ୍ତ ଯେତେବେଳେ ମୁଁ ଏହି ଗୀତ ଶୁଣେ, ମୋ ଆଖିରୁ ଲୁହ ଆସେ। ଏହାପୂର୍ବରୁ ତାଙ୍କ ସ୍ବାମୀ ରବର୍ଟ ଭଦ୍ରା ଏବଂ ମା’ ସୋନିଆ ଗାନ୍ଧୀଙ୍କ ସହ ସେ ବୀରଭୂମିରେ ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଠାରେ କଂଗ୍ରେସ ସଭାପତି ତଥା ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।
“किसी की मुस्कुराहटों पे हो निसार
किसी का दर्द मिल सके तो ले उधार
किसी के वास्ते हो तेरे दिल में प्यार
जीना इसी का नाम है……जिन्दा है हमीं से नाम प्यार का
कि मर के भी किसी को याद आएंगे
किसी के आँसुओं में मुस्कुराएंगे
कहेगा फूल हर कली से बार बार
जीना इसी का नाम है।”ये… pic.twitter.com/ct5ikjucHo
— Priyanka Gandhi Vadra (@priyankagandhi) August 20, 2023