କପୁର ପରିବାର ପାଇଁ ଅଶୁଭ ଏହି ଦିନ: ହୃଦ୍‌ଘାତରେ ଆଖି ବୁଜିଲେ ରାଜ କୁପରଙ୍କ ପୁଅ

ରାଜ କପୁରଙ୍କ ସାନ ପୁଅ ରାଜୀବ କପୁରଙ୍କର ମଙ୍ଗଳବାର ମୁମ୍ବାଇରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ମୃତ୍ୟୁର କିଛି ସମୟ ପୂର୍ବରୁ ତାଙ୍କର ହୃଦ୍‌ଘାତ ହୋଇଥିଲା। ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ସମୟରେ ତାଙ୍କ ସହ ବଡ଼ ଭାଇ ରଣନ୍ଧୀର କପୁର ଉପସ୍ଥିତ ଥିଲେ।
ଗତ ବର୍ଷ ମଙ୍ଗଳବାର ଋଷି କପୁରଙ୍କର ମୃତ୍ୟୁ ଘଟିଥିଲା। ତେବେ ରାଜୀବଙ୍କ ମୃତ୍ୟୁ ପରେ ମଙ୍ଗରବାରକୁ କପୁର ପରିବାର ପାଇଁ ଅଶୁଭ ଦିନ ବୋଲି କୁହାଯାଉଛି।

Share