Categories: ଜାତୀୟ

ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ରାଜୀବ କୁମାର ,୧୫ରେ ନେବେ ଦାୟିତ୍ୱ

ନୂଆଦିଲ୍ଲୀ,୧୨।୫: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ରାଜୀବ କୁମାର। ସେ ମେ’୧୫ରେ ଦାୟିତ୍ୱ ଗ୍ରହଣ କରିବେ। ତେବେ ବର୍ତ୍ତମାନର ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମେ’୧୪ରେ ଅବସର ନେବେ। ଏ ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜୀବ ନୀତି ଆୟୋଗର ଭାଇସ ଚେୟାରମ୍ୟାନ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତେବେ ସେ ଏହି ପଦବୀରୁ ଏପ୍ରିଲରେ ଇସ୍ତଫା ଦେଇଥିଲେ । ଏହା ପୂର୍ବରୁ ସେ ପବ୍ଲିକ ଏଣ୍ଟରପ୍ରାଇଜେସ ସିଲେକ୍ସନ ବୋର୍ଡର ଚେୟାରମ୍ୟାନ ଭାବରେ କାର୍ଯ୍ୟ କରିଥିଲେ।

Share