ପୁଣି ଚମକିଲେ ରାଜକନିକା ଝିଅ

ରାଜକନିକା,୧୮ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତୈଲୋକ୍ୟପୁର ଗ୍ରାମ ପଞ୍ଚାୟତର ଅଖ୍ୟାତ୍‌ପଲ୍ଲୀ ଗଁାରେ ଜନ୍ମଲାଭ କରି ସୁଦୁର କୋଲକାତାରେ ଦ୍ୱାଦଶ ପର୍ଯ୍ୟନ୍ତ ପାଠପଢି ପଶ୍ଚିମବଙ୍ଗରେ ଦ୍ୱାଦଶରେ ଟପ୍ପର ହୋଇଥିବା ଦେବସ୍ମିତା ଶୁକବ୍ରାର ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଏମଏସସି ରସାୟନ ଶାସ୍ତ୍ର ବିଭାଗରୁ ସ୍ବର୍ଣ୍ଣ ପଦକ ପାଇ ରାଜକନିକାକୁ ଗୌରବାନିତ୍ୱ କରିଛନ୍ତି ା ଏହା ପୂର୍ବରୁ ୨୦୨୦ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ବିଏସ୍‌ସି(କେମେଷ୍ଟ୍ରି ଅନର୍ସ)ରେ ପ୍ରଥମସ୍ଥାନରେ ରହି ସେ ରାଜକନିକା ପାଇଁ ଗୌରବ ଆଣିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟର ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କଠାରୁ ଦେବସ୍ମିତା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଅବସରରେ ଦେବସ୍ମିତା କହିଛନ୍ତି, ଜୀବନର ସବୁଠାରୁ ଅଧିକ ଖୁସିର ମୁହୁର୍ତ୍ତ ହେଉଛି ମଁୁ ରାଜ୍ୟପାଳଙ୍କ ହାତରୁ ସ୍ବର୍ଣ୍ଣ ପଦକ ଗ୍ରହଣ କରିବା। ଜଣେ ସଫଳ ଶିକ୍ଷୟିତ୍ରୀ ହେବାକୁ ସ୍ବପ୍ନ ରଖିଥିବା ଦେବସ୍ମିତା କହିଛନ୍ତି, ଶିକ୍ଷା ବିନା ଜୀବନରେ ଶୂନ୍ୟତା ସୃଷ୍ଟି ହୋଇଥାଏ ା ତାଙ୍କର ଏହି ସଫଳତା ଶ୍ରେୟ ବାପା ଶତ୍ରୁଘ୍ନ ଦାଶ ଓ ମାତା ରଶ୍ମିରେଖା ଦାଶଙ୍କ ସମେତ ଅଧ୍ୟାପିକା,ଅଧ୍ୟାପକଙ୍କୁ ଦେଇଛନ୍ତି ା

Share