ପରପାରିରେ ବିଶିଷ୍ଟ ସାହିତି୍ୟକ ରାଜକିଶୋର ମିଶ୍ର

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଚିବ, ‘ଉତ୍କଳ ପ୍ରସଙ୍ଗ’ ଓ ’ଓଡ଼ିଶା ରିଭ୍ୟୁ’ର ପୂର୍ବତନ ସମ୍ପାଦକ, ପ୍ରଫେସର ରାଜକିଶୋର ମିଶ୍ରଙ୍କର ଶୁକ୍ରବାର ଦେହାନ୍ତ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା। ଭୁବନେଶ୍ବରସ୍ଥିତ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ରାଜକିଶୋର ଶାରଳା ପୁରସ୍କାର ଚୟନ କମିଟିର ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ବେଳେ ରେଭେନ୍‌ଶା ମହାବିଦ୍ୟାଳୟରେ ଜଣେ ଇଂରାଜୀ ଅଧ୍ୟାପକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ସେ ୧୯୪୨ ମସିହା ଜାନୁୟାରୀ ୧୫ରେ ଜଗତସିଂହପୁରର ଆଳି ପିଙ୍ଗଳ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ।

Share