ଶାହାରୁଖଙ୍କୁ ପ୍ରଶଂସା କଲେ ହିରାନି

ମୁମ୍ବାଇ: ବଲଉଡ ସୁପରଷ୍ଟାର ଶାହାରୁଖ ଖାଁ ଏବେ ତାଙ୍କ ମୁଭି ‘ପଠାନ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ମୁଭି ୱାର୍ଲଡ ୱାଇଡ ଭଲ ବିଜନେସ କରିବା ସହ ପ୍ରାୟ ପ୍ରତିଦିନ କିଛି ନା କିଛି ରେକର୍ଡ କରିଛି । ଭାରତରେ ଏହା ୫୦୦ କୋଟିରୁ ଅଧିକ ବ୍ୟବସାୟ କରିଥିବା ବେଳେ ବେଶ କିଛିଦିନ ପରେ ଶାହାରୁଖଙ୍କ କମବ୍ୟାକ ପ୍ରଶଂସକଙ୍କୁ ଖୁସ୍ କରି ଦେଇଛି ।
ଏବେ ଅଭିନେତା ତାଙ୍କ ଅପକମିଂ ମୁଭି ଯବାନ ଓ ଡଙ୍କିକୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏହାରି ଭିତରେ ଶାହାରୁଖଙ୍କ ମୁଭି ‘ଡଙ୍କି’କୁ ନେଇ ଏକ ଅପଡେଟ ଶୁଣିବାକୁ ମିଳିଛି । ଡଙ୍କିର ଡାଇରେକ୍ଟର ରାଜକୁମାର ହିରାନି ଶାହାରୁଖଙ୍କୁ ନେଇ ଏମିତି କିଛି କହିଛନ୍ତି, ଯାହା ଏବେ ଚର୍ଚ୍ଚାକୁ ଆସିଛି ।
ରାଜକୁମାର ହିରାନି କହିନ୍ତି ମୁଭି ‘ଡଙ୍କି’ ୨୦୨୩ରେ ରିଲିଜ୍ ହେବ । ଏଥିରେ ପ୍ରଥମଥର ଲାଗି ରାଜକୁମାର ହିରାନି ଓ ଶାହାରୁଖ ଖାଁ ଏକାଠି କାମ କରୁଛନ୍ତି । ଏଥର ଶାହାରୁଖଙ୍କ ସହ କାମ କରିବାର ଅନୁଭୁତି ଶେୟାର କରିଛନ୍ତି ହିରାନି ।
ହିରାନି କହିଛନ୍ତି ଶାହାରୁଖ ଏମିତି ଜଣେ କଳାକାର ଯେକି ଶୁଟିଂ ସେଟରେ ସମସ୍ତଙ୍କୁ ଖୁସି କରି ଦେଇଥାଆନ୍ତି । ସେ ଜଣେ ବହୁ ପରିଶ୍ରମି କଳାକାର । ମୋତେ ଶାହାରୁଖ ସେତେବେଳେ ଆଶ୍ଚର୍ଯ୍ୟ କରି ଦେଇଥିଲେ ଯେତେବେଳେ ସେ ଦୁଇ ଦିନର ଶୁଟିଂକୁ ଗୋଟିଏ ଦିନରେ ଶେଷ କରିଦେଇଥିଲେ ।

Share