ଏହି ହୋଟେଲରେ ବିବାହ କରିବେ ରାଜକୁମାର-ପତ୍ରଲେଖା, ରାତିକୁ ଦାମ୍‌ ରହିଛି…

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ରୋମାଣ୍ଟିକ୍‌ କପଲ ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ବିବାହକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି। ଉଭୟ ବିବାହର ପ୍ରତ୍ୟେକ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ କିଛି ବି କମ୍‌ କରୁନାହାନ୍ତି। ଦୁଇଜଣ ବିବାହକୁ ଗ୍ରାଣ୍ଡ ଏବଂ ରୟାଲ ଢାଞ୍ଚାରେ କରିବା ପାଇଁ ଯୋଜନା କରିଛନ୍ତି। ଏହି ଯୋଡ଼ି ମ୍ୟାରେଜ ଆଉଟ୍‌ଫିଟ୍‌ଠାରୁ ଆରମ୍ଭ କରି ଭେନ୍ୟୁ ପର୍ଯ୍ୟନ୍ତ ସବୁକିଛି ସ୍ବତନ୍ତ୍ର କରିବାକୁ ଚାହୁଁଛନ୍ତି।

ରାଜକୁମାର-ପତ୍ରଲେଖା ବିବାହ କରିବାକୁ ଏକ ରାଜକୀୟ ସ୍ଥାନକୁ ବାଛିଛନ୍ତି। ଯାହା ଆପଣ କେବେ ସ୍ବପ୍ନରେ ସୁଦ୍ଧା ଭାବି ନ ଥିବେ। ଦୁଇଜଣ ନିଜ ବିବାହ ଚଣ୍ଡିଗଡ଼ର ଏକ ହୋଟେଲରେ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଭଭୟଙ୍କ ବିବାହ ରିସର୍ଟ ଦ ଓବରାୟ ସୁଖବିଳାସ ସ୍ପା’ରେ ହେବ। ଏହି ରିସର୍ଟରେ ସୁଇମିଂ ପୁଲ୍‌, ଡାଇନିଂଠାରୁ ଆରମ୍ଭ କରି ସ୍ପା ବି ରହିଛି। ଏଠାକୁ ଆସିବାକୁ ଥିବା ଅତିଥିମାନଙ୍କୁ ରାଜକୀୟ ଢଙ୍ଗରେ ସ୍ବାଗତ କରାଯିବ। ଏହି ହୋଟେଲ ଯେତିକି ସୁନ୍ଦର ସେତିକି ଦାମୀ ବି। ଗୋଟିଏ ରାତିକୁ ଏହି ହୋଟେଲ ୬ ଲକ୍ଷ ଟଙ୍କା ନେବ। ଏହି ହେଟେଲର ସବୁଠୁ ଶସ୍ତା ରୁମ୍‌ ହେଲା ୪୧ ହଜାର ଟଙ୍କା। ରୁମ୍‌ ସହିତ ବ୍ରେକ୍‌ଫାଷ୍ଟ ଏବଂ ଡିନରର ସୁବିଧା ବି ମିଳିବ।

ହୋଟେଲଟି ୮୦୦ ଏକର ପରିମିତ ଜାଗାରେ ନିର୍ମିତ ହୋଇଛି। ଏହା ଏକ ରାଜକୀୟ ହୋଟେଲ। ଏଠାରେ ଆପଣ ହେଲିକପ୍ଟରର ସୁବିଧା ବି ନେଇପାରିବେ। ହୋଟେଲର ପ୍ରତ୍ୟେକ ରୁମ୍‌ର ଦାମ ଭିନ୍ନଭିନ୍ନ ରହିଛି। ଆପଣଙ୍କ ବଜେଟ୍‌ ଅନୁଯାୟୀ ଏହାର ସୁବିଧା ନେଇପାରିବେ। ଏହା ପଞ୍ଜାବର ନୂଆ ଚଣ୍ଡିଗଡ଼ରେ ଅବସ୍ଥିତ।

Share