ଏକଦା ସ୍କୁଲରେ ପାଠ ପଢ଼ାଉଥିଲେ ଏହି ଅଭିନେତା, ଏବେ ଫିଲ୍ମ ପିଛା ଚାର୍ଜ କରୁଛନ୍ତି ୫ କୋଟି

ବମ୍ବେ: ସଫଳତାର ରାସ୍ତା ସେତେଟା ସହଜ ନୁହେଁ। ଏପରି କିଛି କଳାକାର ଅଛନ୍ତି ଯେଉଁମାନେ ସଂଘର୍ଷ କରି ସଫଳ ହୋଇଛନ୍ତି। ସେପରି ଜଣେ ହେଲେ ରାଜକୁମାର ରାଓ। ହରିୟାଣାର ଗୁରୁଗାଓଁରେ ରାଜକୁମାରଙ୍କ ଜନ୍ମ। ତାଙ୍କ ବାପା ରାଜସ୍ବ ବିଭାଗରେ କାମ କରୁଥିଲେ। ମା’ ଥିଲେ ଗୃହିଣୀ । କଲେଜ ସମୟରେ ନାଟକରେ ଅଭିନୟ କରୁଥିଲେ ରାଜକୁମାର। ପରେ ସେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରେ ଆଡ୍‌ମିଶନ କରିଥିଲେ। ଜଣେ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ଦୁଇ ବର୍ଷ ଯାଏ ସ୍କୁଲ ଶିକ୍ଷକ ରାଜକୁମାରଙ୍କ ଫିସ୍‌ ଦେଉଥିଲେ। ସେ ଏକ ସ୍କୁଲରେ ଶିକ୍ଷକତା ମଧ୍ୟ କରିଛନ୍ତି। ହେଲେ ୨୦୧୦ରେ ‘ଲଭ୍‌ ସ୍କେକ୍ସ ଔର ଧୋକା’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବା ପରେ ସବୁକିଛି ବଦଳିଯାଇଥିଲା। ଏହି ଫିଲ୍ମ ପାଇଁ ତାଙ୍କୁ ପାରିଶ୍ରମିକ ୧୬ ହଜାର ମିଳିଥିଲା। ଏବେ କିନ୍ତୁ ସେ ଫିଲ୍ମ ପିଛା ଚାରିରୁ ପାଞ୍ଚ କୋଟି ଟଙ୍କା ଦାବି କରୁଛନ୍ତି। ମୋଟ ସମ୍ପତ୍ତି ଦେଖିଲେ ରାଜକୁମାର ୪୩ କୋଟି ସମ୍ପତ୍ତିର ମାଲିକ। ଦିନକୁ ଦିନ ଏହା ବଢ଼ିବଢ଼ି ଚାଲିଛି। ଆଗାମୀ ଦିନରେ ଅଭିନେତା ‘ବଧାଇ ହୋ’ର ସିକୁଏଲ୍‌ରେ ନଜର ଆସିବେ।

Share