ନିର୍ମାତାଙ୍କୁ ଝଟକା, ଫିଲ୍ମ ‘ଭିଡ୍‌’ ଅନ୍‌ଲାଇନରେ ଲିକ୍‌

ମୁମ୍ବାଇ: ଅଭିନେତା ରାଜକୁମାର ରାଓ ଏବଂ ଭୂମି ପେଡନେକର ଅଭିନୀତ ଫିଲ୍ମ‘ଭିଡ୍‌’ ମାର୍ଚ୍ଚ ୨୪ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ୨୦୨୦ କରୋନା ସମୟର ଭୟାନକ ଦୃଶ୍ୟ ଏବଂ ଲକଡାଉନ ଉପରେ ଏହି ଫିଲ୍ମଟି ନିର୍ମାଣ ହୋଇଛି। ଏସବୁ ମଧ୍ୟରେ ଫିଲ୍ମ ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ‘ଭିଡ୍‌’ ଅନ୍‌ଲାଇନରେ ଲିକ୍‌ ହୋଇଛି। ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ‘ଭିଡ୍‌’ ଫିଲ୍ମିଜିଲା, ତାମିଲ୍ରୋକର୍ସ, ଟେଲିଗ୍ରାମ, ମୋଭିରୁଲଜ ଏବଂ ଅନ୍ୟାନ୍ୟ ୱେବସାଇଟ ପରି ଅନେକ ଟୋରେଣ୍ଟ ସାଇଟରେ ସମ୍ପୂର୍ଣ୍ଣ ଏଚ୍‌ଡିରେ ଡାଉନଲୋଡ ପାଇଁ ଉପଲବ୍ଧ ଅଛି। ‘ଭିଡ୍‌’ ବିଷୟରେ କହିବାକୁ ଗଲେ ଏହା ଏକ ସୋସିଆଲ ଡ୍ରାମା ଫିଲ୍ମ। ରାଜକୁମାର ରାଓ ଏବଂ ଭୂମି ପେଡନେକରଙ୍କ ବ୍ୟତୀତ ଅନୁଭା ସିହ୍ନାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଦିଆ ର୍ମିଜା, ପଙ୍କଜ କାପୁର, ଆଶୁତୋଷ ରାଣା, ବିରେନ୍ଦ୍ର ସାକ୍ସେନା ଏବଂ ଅନ୍ୟାନ୍ୟ କଳାକାର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

Share