ଶେହନାଜଙ୍କ ଭଳି ଝିଅ ଚାହୁଁଛନ୍ତି ରାଜକୁମାର

ପଞ୍ଜାବର କ୍ୟାଟ୍ରିନା କୈଫ କୁହାଯାଉଥିବା ଶେହନାଜ ଗିଲ ପ୍ରାୟତଃ ଲୁକ୍‌ ଏବଂ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ଥାନ୍ତି। ଦିନକୁ ତାଙ୍କର ଲୋକପ୍ରିୟତା ବଢିବାରେ ଲାଗିଛି। ନିକଟରେ ଅଭିନେତ୍ରୀଙ୍କ ଦେଶୀ ଭାଇବ୍ସ ଓ୍ବିଥ୍‌ ଶେହନାଜ ଗିଲ ଚାର୍ଟ ଶୋ’ର ପ୍ରଥମ ଏପିଶୋଡରେ ଅତିଥି ଭାବରେ ଅଭିନେତା ରାଜକୁମାର ରାୟଙ୍କୁ ନିମନ୍ତ୍ରଣ କରିଥିଲେ। ଶୋ’ରେ ଶେହନାଜ ରାଜକୁମାରଙ୍କୁ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଆଲୋଚନା କରିଥିଲେ। ଏଥିସହ ଭବିଷ୍ୟତରେ ତାଙ୍କର ସନ୍ତାନ ଯୋଜନା ବିଷୟରେ ପଚାରିଥିଲେ। ପ୍ରଶ୍ନ ଶୁଣି ରାଜକୁମାର ହସିଥିଲେ। ଆଉ କହିଥିଲେ, ମୋ ମା-ବାପା ମଧ୍ୟ ଏହି ବିଷୟରେ ପଚାରିନାହାନ୍ତି।ମୁଁ ଏବେ ବି ଛୋଟ ପିଲା। ଏହାପରେ ଶେହନାଜ କହିଛନ୍ତି, କୌଣସି କଥା ନାହିଁ, ଆପଣ ଯେବେ ଚାହିଁବେ ସେବେ କରିପାରିବେ। ଏହା ଶୁଣି ରାଜକୁମାର କହିଛନ୍ତି, ସତ କହିବାକୁ ଗଲେ ଯଦି ମୋର ଝିଅଟିଏ ହୁଏ ସେ ଆପଣଙ୍କ ପରି ସୁନ୍ଦର,ବିନ୍ଦାସ, ପ୍ରତିଭାବାନ ହୋଇଥିବ।

ରାଜକୁମାରଙ୍କୁ ଭାସାନ ବାଲାଙ୍କ ମୋନିକା ମାଇ ଡାର୍ଲିଂରେ ଦେଖିବାକୁ ମିଳିଥିଲା। ସେହିପରି କିସି କା ଭାଇ କିସି କି ଜାନରେ ସଲମାନ ଖାନ୍‌ଙ୍କ ସହ ଶେହନାଜ ବଲିଉଡରେ ଡେବ୍ୟୁ କରଛନ୍ତି। ଏହି ଫିଲ୍ମଟି ୨୦୨୩ରେ ରିଲିଜ୍‌ ହେବାକୁ ଯାଉଛି।

Share