ରାଜକୁମାରଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ‘ମାଲିକ୍‌’

ମୁମ୍ବାଇ: ବଲିଉଡ୍‌ ଅଭିନେତା ରାଜକୁମାର ରାଓ ଶନିବାର ତାଙ୍କର ୪୦ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ନାମ ‘ମାଲିକ’ ହୋଇଥିବା ଘୋଷଣା କରି ନିଜ ପ୍ରଶଂସକଙ୍କୁ ଜନ୍ମଦିନର ଉପହାର ଦେଇଛନ୍ତି। ରାଜକୁମାର ନିଜ ଇନଷ୍ଟାଗ୍ରାମ ଆଇଡିରେ ‘ମାଲିକ’ ଫିଲ୍ମର ପୋଷ୍ଟର ଶେୟାର କରିଛନ୍ତି। କ୍ୟାପ୍‌ଶନ୍‌ରେ ସେ ଲେଖିଛନ୍ତି, ” ମାଲିକଙ୍କ ଦୁନିଆକୁ ଆପଣଙ୍କୁ ସ୍ବାଗତ। ଶୁଟିଂ ଆରମ୍ଭ ହୋଇ ସାରିଛି, ଖୁବ୍‌ଶୀଘ୍ର ଆପଣଙ୍କ ସହ ଭେଟ ହେବ“। ଫିଲ୍ମରେ ରାଜକୁମାରଙ୍କ ଆକ୍ସନ୍‌ ଅବତାର ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି।

Share