ନଭେମ୍ବରରେ ବିବାହ କରିବେ ରାଜକୁମାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରାଜକୁମାର ରାଓ ନଭେମ୍ବରରେ ବିବାହ କରିବା ନେଇ ଚର୍ଚ୍ଚା ହେଉଛି। ତେବେ ସେ କାହାକୁ ବିବାହ କରିବେ ସେ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ଆଗ୍ରହ ବଢ଼ି ଚାଲିଛି। ହଂସଲ ମେହୋଟ୍ଟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସିଟିଲାଇଟ୍ସ’ରେ ଅଭିନୟ କରିଥିବା ଅଭିନେତ୍ରୀ ପତ୍ରଲେଖାାଙ୍କ ସହ ତାଙ୍କ ବିବାହ ହେବ। ସେମାନେ ଏକାଠି ଅନେକ ୱେବ୍‌ସିରିଜ ମଧ୍ୟ କରିଛନ୍ତି। ଚଳିତବର୍ଷ ନଭେମ୍ବର୧୦ରେ ସେମାନେ ବିବାହ କରିବେ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ପାଉଛି। ଫିଲ୍ମ ଆଗରୁ ଏକ ବିଜ୍ଞାପନରୁ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଦୁହେଁ ବହୁଦିନ ଧରି ସାଙ୍ଗରେ ରହୁଥିଲେ। ରାଜକୁମାର ବଲିଉଡ୍‌ରେ ଏମିତି ଏକ ଅଭିନେତା ଯିଏ ନିଜ ପରିଶ୍ରମ ବଳରେ ଲୋକମାନଙ୍କ ଆଗରେ ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ତାଙ୍କ ଫିଲ୍ମ ‘ହମ୍‌ ଦୋ ହମାରେ ଦୋ’ ରିଲିଜ୍‌ ହୋଇଥିବା ବେଳେ ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସରେ ‘ବଧାଇ ଦୋ’ରେ ନଜର ଆସିବେ।

Share