ଆଜିକାଲି ଅପକମିଂ ଫିଲ୍ମ ପ୍ରମୋଶନ ପାଇଁ ବଲିଉଡ୍ ଅଭିନେତା/ଅଭିନେତ୍ରୀମାନେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି। ଦର୍ଶକଙ୍କ ପାଖରେ ପହଞ୍ଚିବା ପାଇଁ ଏବେ ନୂଆ ଅସ୍ତ୍ର ହେଉଛି ସୋସିଆଲ ମିଡିଆ। ତେଣୁ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଅପକମିଂ ଫିଲ୍ମ ପ୍ରମୋଶନ ପାଇଁ ଆଗେଇ ଆସିଛନ୍ତି ଅଭିନେତା ରାଜକୁମାର ରାଓ। ନିକଟରେ ସେ ଏକ ଟୁଇଟ୍ କରିଛନ୍ତି, ଯାହାକୁ ପ୍ରମୋଶନ ଷ୍ଟଣ୍ଟ ଭାବେ ଦେଖାଯାଉଛି। ଟୁଇଟ୍ରେ ସେ କହିଛନ୍ତି, ଯଦି କୌଣସି ନୂଆ ସହରରେ ନୂଆ ଘର କିଣିବର ଯୋଜନା ଥିଲେ କ’ଣ କରିବାକୁ ପଡିବ, କିଛି ମତାମତ ଅଛି କି? ରାଜକୁମାର ଏହି ଟୁଇଟ୍ ପରେ ଲୋକେ ନିଚ ମତ ଦେବାକୁ ଲାଗିଥିଲେ। ଏହାର କିଛି ସମୟ ପୂର୍ବରୁ ଅଭିନେତା ମନୋଜ ବାଜପେୟୀ ବାନ୍ଦ୍ରାରେ ଘର ଖୋଜୁଥିବା ଟୁଇଟ୍ ଯୋଗେ କହିଥିଲେ। ସୂଚନାଯୋଗ୍ୟ, ରାଜକୁମାର ରାଓ ଏବଂ ମନୋଜ ବାଜପେୟୀ ଆଗାମୀ ଦିନରେ ଫିଲ୍ମ ଯଥାକ୍ରମେ ହିଟ୍ ଏବଂ ଓ୍ବେବ୍ ସିରିଜ୍ ଦ ଫ୍ୟାମିଲି ମ୍ୟାନ୍ ରିଲିଜ୍ ହେବାର ଅଛି।