Categories: ଜାତୀୟ

ମାନିଲେ ରାଜନାଥ: ଚାଇନା ସହିତ ଆଲୋଚନାରେ ମିଳିନି ସମାଧାନ ସୂତ୍ର

ନୂଆଦିଲ୍ଲୀ,୩୦।୧୨: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ବିବାଦ ଜାରି ରହିଛି। ଏନେଇ ବହୁଥର ଆଲୋଚନା ହୋଇଛି। ତେବେ ଏସବୁ ଅସଫଳ ରହିଥିବା ସରକାର ମାନିଛନ୍ତି। ଦୁଇଦେଶ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦର ସମାଧାନର ସୂତ୍ର ଏପର୍ଯ୍ୟନ୍ତ ମିଳିନି ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି। ଦୁଇ ପକ୍ଷଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ କୌଣସି ଉଦ୍ଦେଶ୍ୟପୂର୍ଣ୍ଣ ସମାଧାନ ମିଳି ପାରନି। ଏଲ୍‌ଏସିରେ ଏଭଳି ସ୍ଥିତି ଲାଗି ରହିଲେ ସୈନ୍ୟ ସଂଖ୍ୟାକୁ ହ୍ରାସ କରାଯାଇ ପାରିବ ନାହିଁ ବୋଲି ସେ ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି। ଉଭୟପକ୍ଷଙ୍କ ରାଜନୈତିକ ତଥା ସୈନ୍ୟ ବାହିନୀ ଅଧିକାରୀଙ୍କ ମଧ୍ୟରେ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଅବ୍ୟାହତ ରହିଛି। ରାଷ୍ଟ୍ରୀୟ ସୁରକ୍ଷା ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରାଥମିକତା। ଏନେଇ ସରକାରଙ୍କ ପକ୍ଷରୁ ଯବାନଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ସେ କହିଛନ୍ତି।

Share