Categories: ଜାତୀୟ

ବିଶ୍ୱର କୌଣସି ଶକ୍ତି ଭାରତରୁ ଏକ ଇଞ୍ଚ ଜାଗା ନେଇପାରିବନି: ପ୍ରତିରକ୍ଷା ମନ୍ତ୍ରୀ

ଜମ୍ମୁ,୧୭।୭: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଦୁଇ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଶୁକ୍ରବାର ଲେହ ପହଞ୍ଚିଛନ୍ତି। ଏହି ଅବସରରେ ସେ ଭାରତୀୟ ବୀର ଯବାନଙ୍କ ସାହାସ ବୃଦ୍ଧି କରି କହିଛନ୍ତି ସୀମାରେ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ଗଲଓ୍ବାନ ଘାଟିରେ ଯବାନ ଦେଶବାସୀଙ୍କ ସମ୍ମାନ ରକ୍ଷା କରିଛନ୍ତି ବୋଲି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି। ତେବେ ଯବାନମାନଙ୍କୁ ସମ୍ବୋଧନ ଦେବା ଅବସରରେ ରାଜନାଥ କହିଛନ୍ତି ରାଷ୍ଟ୍ରର ସ୍ବାଭିମାନ ସବୁଠାରୁ ଉପରେ। ତେଣୁ ଏହାସହ କେବେ ସାଲିସ କରାଯାଇ ପାରିବନାହିଁ। କାରଣ ଏହି ରାଷ୍ଟ୍ରୀୟ ସ୍ବାଭିମାନ ହିଁ ଦୁଇ ଦେଶକୁ ସ୍ବାଧିନତା ଦେଇଛି। ଭାରତ-ଚାଇନା ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ତେବେ ଭାରତର ଗୋଟିଏ ଇଞ୍ଚ ସ୍ଥାନ ବିଶ୍ୱର କୌଣସି ଶକ୍ତି ଆମଠାରୁ ନେଇ ପାରିବ ନାହିଁ ବୋଲି ସେ ମତ ରଖିଛନ୍ତି। କାରଣ ଭାରତ କେବେ କାହାଠାରୁ ଇଞ୍ଚେ ଜାଗାବି ନେଇନାହିଁ। ଦେଶ ସବୁବେଳେ ଶାନ୍ତି ଚାହେଁ ଅଶାନ୍ତି ନୁହେଁ। ଆହୁରି ମଧ୍ୟ ଯଦି କେହି ଭାରତର ସ୍ବାଭିମାନ ଉପରେ ଆଞ୍ଚ ଆଣିଲା ତେବେ ତାକୁ କଡା ଜବାବ ଦିଆଯିବ। ମୋତେ ଓ ସାରା ଦେଶକୁ ଆମ ବୀର ଯବାନଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।

Share