ପିଥୋରାଗଡ,୮।୨:ଆଜିକାଲି ଦକ୍ଷିଣ ଭାରତର ପ୍ରସିଦ୍ଧ ଫିଲ୍ମ ‘ପୁଷ୍ପା’କୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଯଦିଓ ଏହି ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା, କିନ୍ତୁ ଏବେ ଏହା ରାଜନୀତିର କରିଡରରେ ମଧ୍ୟ ପହଞ୍ଚିଛି। ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏହି ଫିଲ୍ମର ଡାଏଲଗ୍ ମାରିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଉତ୍ତରାଖଣ୍ଡର ପିଥୋରାଗଡ ଜିଲାର ଗାଙ୍ଗୋଲିହାଟରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ରାଜନାଥ ପୁଷ୍ପା ଫିଲ୍ମର ସଂଳାପକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ଯୋଡି ଭିନ୍ନ ଉପାୟରେ ଉପସ୍ଥାପନ କରିଥିଲେ। ସେ କହିଛନ୍ତି, ଭାଜପାର ସ୍ଲୋଗାନ ହେଉଛି ସବକା ସାଥ, ସବକା ବିକାଶ। କଂଗ୍ରେସର ସ୍ଲୋଗାନ ହେଉଛି ଅପ୍ନା ବିକାଶ ଏବଂ ସବକା ଅବିଶ୍ୱାସ। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଆଜିକାଲି ପୁଷ୍ପା ଫିଲ୍ମର ନାମ ବହୁ ଚର୍ଚ୍ଚିତ ଏବଂ ଆମର ମୁଖ୍ୟମନ୍ତ୍ରୀଙ୍କ ନାମ ପୁଷ୍କର, କିନ୍ତୁ ପୁଷ୍କରଙ୍କ ନାମ ଶୁଣିବା ପରେ କଂଗ୍ରେସ ଲୋକମାନେ ବୁଝିଛନ୍ତି ଯେ ଏହି ପୁଷ୍କର ଏକ ଫୁଲ, କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଆମ ପୁଷ୍କର ଫୁଲ ଆଉ ନିଆଁ ମଧ୍ୟ। ଆମର ପୁଷ୍କର କଦାପି ନତମସ୍ତକ ହେବ ନାହିଁ କି ରୋକିବ ନାହିଁ।
ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରିଥିଲେ। କଂଗ୍ରେସର କୌଣସି ନୀତି ନାହିଁ, ଉଦ୍ଦେଶ୍ୟ ନାହିଁ ଏବଂ ସେମାନଙ୍କର ବିକାଶରେ କୌଣସି ବିଶ୍ୱାସ ନାହିଁ। କଂଗ୍ରେସ ସର୍ବଦା ଦେଶ ଓ ରାଜ୍ୟକୁ ଲୁଟ କରିଆସୁଛି। ଆମେ ଉତ୍ତରାଖଣ୍ଡକୁ ଆଉ ମୁଣ୍ଡ ନୁଆଁଇବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି।