Categories: ଜାତୀୟ

୪୫ ଲୋକଙ୍କ ମୃତ୍ୟୁକୁ ନେଇ ସେନାକୁ ବଡ଼ ନିର୍ଦ୍ଦେଶ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ୱାୟନାଡ଼, ୩୦।୦୭: କେରଳର ୱାୟନାଡ଼ରେ ହୋଇଥିବା ଭୁସ୍ଖଳନରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ମିିଳିଥିବା ସୂଚନା ଅନୁସାରେ ପ୍ରକୃତିର ଏହି ତାଣ୍ଡବରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୧୦୦ ରୁ ଅଧିକ ଲୋକ ଫସି ରହିଛନ୍ତି । ଏହାରି ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବଡ଼ ଆକ୍ସନ ନେଇଛନ୍ତି । ଭାରତୀୟ ସେନାର ପ୍ରମୁଖଙ୍କ ସହ ଏନେଇ ସେ କଥା ହୋଇଛନ୍ତି । ଭୁସ୍ଖଳନ ପ୍ରଭାବିତ ୱାୟନାଡ଼ରେ ସହାୟତା ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସେନାକୁ ନିୟୋଜିତ କରିବାକୁ ସେ କହିଛନ୍ତି । ତୁରନ୍ତ ସେନାର ଯବାନ ମାନେ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛନ୍ତି ।

ସୂଚନା ଥାଉକି, ପ୍ରବଳ ବର୍ଷା ପରେ କେରଳର ୱାୟନାଡରେ ଭୂସ୍ଖଳନ ଘଟିଛି। ଭୂସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇ ପଡଇଥିବା ଅନୁମାନ କରାଯାଉଛି, ଉଦ୍ଧାର କାର୍ଯ୍ୟଜାରି ରହିଛିି। କୁହାଯାଉଛି ଯେ ଭୂସ୍ଖଳନରେ ୪୫ ଜଣଙ୍କର ମୃତ୍ୟୁ ହୋଇଛି।

Share