ଶିମ୍ଲା,୩।୧୧: ହିମାଚଳ ପ୍ରଦେଶର ଜୟସିଂହପୁରରେ ଏକ ନିର୍ବାଚନ ରାଲିରେ ଲୋକମାନେ ‘ଆମକୁ ପିଓକେ ଦରକାର’ ସ୍ଲୋଗାନ ଦେଇଥିଲେ। ଲୋକଙ୍କ ଏହି ସ୍ଲୋଗାନକୁ ଜବାବ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଧୈର୍ଯ୍ୟ ଧରନ୍ତୁ। ଯଦି ସୀମାରେ କୌଣସି ଉଲ୍ଲଂଘନ ଦେଖିବାକୁ ମିଳେ ଆମ ସେନା କଡ଼ା ଜବାବ ଦେବାକୁ ପ୍ରସ୍ତୁତ। ଆମର ପୂର୍ବତନ ସୈନିକମାନେ ଆଜି ମଧ୍ୟ ସୀମାକୁ ଯିବାକୁ ପ୍ରସ୍ତୁତ ଅଛନ୍ତି। ଆମେ ଏପରି ସୈନିକମାନଙ୍କୁ ଦେଖିଛୁ। ୨୦୨୦ରେ ଆମର ସୈନିକମାନେ ଚାଇନା ଉପଯୁକ୍ତ ଜବାବ ଦେଇଛନ୍ତି ଏବଂ ଏହା ବୀରତ୍ୱର ପ୍ରତୀକ। ନିଶ୍ଚିତ ହୁଅ, ଯିଏ ଭାରତ ଉପରେ ଆଖି ଉଠାଇବ ଆମେ ଛାଡିବୁ ନାହିଁ।
ସୂଚନାଯୋଗ୍ୟ, ହିମାଚଳ ବିଧାନସଭା ନିର୍ବାଚନ ପାଇଁ ଭୋଟ ନଭେମ୍ବର ୧୨ରେ ହେବ ଏବଂ ଫଳାଫଳ ଡିସେମ୍ବର ୮ରେ ଘୋଷଣା କରାଯିବ। ଏଥିପାଇଁ ପ୍ରଚାର ଜୋରସୋରରେ ଚାଲିଛି।
#WATCH हिमाचल प्रदेश के जयसिंघपुर में चुनावी जनसभा के दौरान लोगों ने 'Pok चाहिए PoK' के नारे लगाए। जिस पर प्रतिक्रिया देते हुए रक्षा मंत्री राजनाथ सिंह ने कहा "धैर्य रखिए धैर्य।" pic.twitter.com/7XG9bTIsOv
— ANI_HindiNews (@AHindinews) November 3, 2022