Categories: ଜାତୀୟ

ଓବାମାଙ୍କୁ ଜବାବ ଦେଲେ ରାଜନାଥ

ଶ୍ରୀନଗର,୨୬।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତର ମୁସଲମାନମାନଙ୍କ ସୁରକ୍ଷା ଉପରେ ଏକ ମନ୍ତବ୍ୟ ଦେଇଥିଲେ। ଏବେ ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାର ଜବାବ ରଖିଛନ୍ତି। ସୋମବାର ସେ କହିଛନ୍ତି, ଓବାମା ଜୀ ଭୁଲିଯିବା ଉଚିତ ନୁହେଁ ଯେ ଭାରତ ହେଉଛି ଏକମାତ୍ର ଦେଶ ଯିଏକି ବିଶ୍ୱରେ ବାସ କରୁଥିବା ସମସ୍ତ ଲୋକଙ୍କୁ ପରିବାର ସଦସ୍ୟ ଭାବରେ ବିବେଚନା କରନ୍ତି। ସେ ମଧ୍ୟ ନିଜ ବିଷୟରେ ଚିନ୍ତା କରିବା ଉଚିତ ଯେ ସେ କେତେ ମୁସଲମାନ ଦେଶ ଉପରେ ଆକ୍ରମଣ କରିଛନ୍ତି।

ଜାମ୍ମୁ-କାଶ୍ମୀରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ମୁସଲିମ ଦେଶମାନେ ମଧ୍ୟ ସ୍ବୀକାର କରିଛନ୍ତି ଯେ ଆତଙ୍କବାଦ ଗ୍ରହଣୀୟ ନୁହେଁ। ଭାରତ ଓ ଆମେରିକା ମିଳିତ ବୟାନରେ ସ୍ପଷ୍ଟ କରିଛନ୍ତି ଯେ ମିଳିତ ଜାତିସଂଘରେ ତାଲିକାଭୁକ୍ତ ଆତଙ୍କବାଦୀ ସଂଗଠନ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ, ଯେଉଁଥିରେ ଲଶ୍କର-ଏ-ତୋଏବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ସାମିଲ ଅଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କହିଥିଲେ କି ଯଦି ଭାରତ ଜାତୀୟ ସଂଖ୍ୟାଲଘୁଙ୍କ ଅଧିକାରର ରକ୍ଷା ନ କରେ ତେବେ ଏହା ଦୃଢ ଭାବେ ଆଶଙ୍କା କରାଯାଏ ଯେ ଏମିତି ଏକ ସମୟ ଆସିବ ଯେତେବେଳେ ଭାରତ ବିଭାଜିତ ହୋଇଯିବ। ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନାରେ ଏହା ଉଠାଇବା ଦରକାର। ଯେତେବେଳେ ବାରାକ ଓବାମା ଏହା କହିଥିଲେ ସେତେବେଳେ ମୋଦି ଆମେରିକା ଗସ୍ତରେ ଥିଲେ।

Share