Categories: ଜାତୀୟ

ଆତଙ୍କବାଦକୁ ମୂଳପୋଛ କରିବାକୁ ଆବଶ୍ୟକ ପଡିଲେ ଆଫଗାନିସ୍ତାନ ଯିବୁ: ରାଜନାଥ ସିଂ

ୱେଲିଂଟନ,୨୯ ।୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ସେଠାକାର ପରିସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ସବୁ ଯେମିତି ଚ୍ୟାଲେଞ୍ଜ ହୋଇଯାଇଛି । ଏଭଳି ସ୍ଥିତିରେ କେତେକ ଦେଶ ସେମାନଙ୍କ ରଣନୀତିରେ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ତାମିଲନାଡୁର ୱେଲିଂଟନରେ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜରେ କହିଛନ୍ତି ବର୍ତ୍ତମାନ ସ୍ଥିତିରେ ଆମକୁ ବାଧ୍ୟ କରାଯାଉଛି କି ରଣନୀତିରେ ପରିବର୍ତ୍ତନ ଜରୁରୀ । ଏବେ ଭାରତ, ଆଫଗାନିସ୍ତାନ ଉପରେ ପୁଣିଥରେ ଚିନ୍ତା କରୁଛି ଓ ନୂଆ ରଣନୀତି ପ୍ରସ୍ତୁତ କରୁଛି । ଯଦି ଆବଶ୍ୟକ ପଡେ ଆମେ ଆଫଗାନିସ୍ତାନ ଯାଇ ସୈନ୍ୟ ଅଭିଯାନ ଚଲାଇବା ଓ ଆତଙ୍କବାଦକୁ ମୂଳପୋଛ କରିବା । ରାଜନାଥ ଆହୁରି ମଧ୍ୟ କହିଛନ୍ତି ଏଭଳି ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଇଣ୍ଟିଗ୍ରେଟେଡ ବ୍ୟାଟେଲ ଗ୍ରୁପ କଥା ତୁରନ୍ତ ଚିନ୍ତା କରୁଛି । କାରଣ ଯୁଦ୍ଧ ସମୟରେ ସବୁଠାରୁ ମହତ୍ୱପୂର୍ଣ୍ଣ ହେଉଛି ଆପଣ କେତେ ଶୀଘ୍ର ନିର୍ଣ୍ଣୟ ନେଉଛନ୍ତି । ଏହି ବ୍ୟାଟେଲ ଗ୍ରୁପ ଶୀଘ୍ର ତ ନିର୍ଣ୍ଣୟ ନେବେ ଏହା ସହ ଲଢିବା ପାଇଁ ୟୁନିଟ ବି ପ୍ରସ୍ତୁତ କରିବେ । ଏହି ବ୍ୟାଟେଲ ଗ୍ରୁପ ଆମ ଶତ୍ରୁଙ୍କୁ ହରାଇବାକୁ ସକ୍ଷମ ହେବେ ।

Share