Categories: ଜାତୀୟ

ଭିଏତ୍‌ନାମ ଯିବେ ରାଜନାଥ: ୧୨ ହାଇସ୍ପିଡ୍‌ ଗାର୍ଡ ବୋଟ୍‌କୁ କରିବେ ହସ୍ତାନ୍ତର

ନୂଆଦିଲ୍ଲୀ,୫।୬: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜୁନ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଭିଏତ୍‌ନାମ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଭିଏତ୍‌ନାମ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଫନ୍‌ ଭାନ୍‌ ଜିଆଙ୍ଗଙ୍କ ନିମନ୍ତ୍ରଣ ରକ୍ଷାକରି ରାଜନାଥ ଭିଏତନାମ ଯିବାନେଇ ସ୍ଥିର ହୋଇଛି। ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏପରି କି ରାଜନାଥଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଏବଂ ସମ୍ପର୍କକୁ ସୃଦୃଢ଼ କରିବା ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ରାଜନାଥ ଭାରତ ସରକାରଙ୍କ ୧୦୦ ମିଲିୟନ ଡଲାରରେ ନିର୍ମିତ ୧୨ଟି ହାଇସ୍ପିଡ୍‌ ଗାର୍ଡ ବୋଟ୍‌କୁ ଭିଏତନାମକୁ ହସ୍ତାନ୍ତର କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହାଦ୍ୱାରା ଭାରତ ଏବଂ ଭିଏତ୍‌ନାମ ମଧ୍ୟରେ ସାମୁଦ୍ରିକ ସୁରକ୍ଷା ସହଯୋଗ ବୃଦ୍ଧି ପାଇବ।

ଏହି ଗସ୍ତ ଅବସରରେ ରାଜନାଥ ଭିଏତ୍‌ନାମର ସାମରିକ ତାଲିମ ପ୍ରତିଷ୍ଠାନ ସମେତ ଟେଲିକମ୍ୟୁନିକେଶନ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ, ଯେଉଁଠି ଭାରତ ସରକାରଙ୍କ ୫ ମିଲିୟନ ଡଲାର ଅନୁଦାନରେ ସେନା ସଫ୍ଟୱେୟାର ପାର୍କ ପ୍ରତିଷ୍ଠା କରାଯାଉଛି। ଏପରିକି ଭାରତ ଦୂତାବାସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟ ରାଜନାଥ ଯୋଗଦେବେ।

Share