କୁପଓ୍ବାଡା,୧୮।୭: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଲଦ୍ଦାଖ ଓ ଜମ୍ମୁ-କଶ୍ମୀର ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ। ଶନିବାର ସେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍(ସିଡିଏସ୍) ବିପିନ ରାଓ୍ବତ, ସେନାମୁଖ୍ୟ ମନୋଜ ମୁକୁନ୍ଦ ନରାଓ୍ବଣେ ଓ ଅନ୍ୟ ଅଧିକାରୀଙ୍କ ସହ ମିଶି ପ୍ରଥମେ ବାବା ଅମରନାଥଙ୍କ ଦର୍ଶନ କରିବା ପରେ କୁପଓ୍ବାଡା ଜିଲାର ଏଲ୍ଓସି ନିକଟ ଫରଓ୍ବାର୍ଡ ପୋଷ୍ଟ ଗସ୍ତ କରିଥିଲେ। ସେଠାରେ ସେ ଯବାନମାନଙ୍କ ସହ କଥା ହେବା ବେଳେ କହିଥିଲେ ବୀର ଯବାନଙ୍କ ଉପରେ ଦେଶ ଗର୍ବ କରେ। ଯିଏ ସବୁ ପରିସ୍ଥିତିରେ ଦେଶର ରକ୍ଷା କରିଛନ୍ତି। ଆଜି ସେ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।