Categories: ଜାତୀୟ

ଚାଇନାକୁ ଚେତାବନୀ ଦେଲେ ରାଜନାଥ

ନୂଆଦିଲ୍ଲୀ,୫।୭: ପୂର୍ବ ଲଦ୍ଦାଖର ଗଲଓ୍ବାନ ଘାଟିରେ ଭାତର-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ବେଳକୁ ବେଳ ବଢିବାରେ ଲାଗିଛି। ଏହାକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସିଧାସଳଖ ଚାଇନାକୁ ଚେତାବନୀ ଦେଇଛନ୍ତି। ରବିବାର ଦିଲ୍ଲୀରେ ଏକ କୋଭିଡ ସେଣ୍ଟର ପରିଦର୍ଶନରେ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ଏଭଳି କିଛି କଥା କହିଛନ୍ତି। ସୀମା ସୁରକ୍ଷା ତଥା ଚାଇନା ସୀମା ବିବାଦକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ରାଜନାଥ କହିଥିଲେ, ସୀମା ହେଉ ଅବା ହସ୍ପିଟାଲ ଆମେ ସବୁସ୍ଥାନରେ ପ୍ରସ୍ତୁତ ରହିଛୁ। ସୂଚନାଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରୀ ରବିବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଦିଲ୍ଲୀରେ ନିର୍ମାଣ କରାଯାଇଥିବା ୧ହଜାର ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ। ସେଠାରେ ସେ କହିଥିଲେ ଆମେ କେବେ ପଛରେ ନାହୁଁ। ସବୁ ପରିସ୍ଥିତିରେ ଆମେ ପ୍ରସ୍ତୁତ ରହିଛୁ।

Share