ସିମୁଳିଆ, ୨୦।୬ (ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମୁରୁଣା ପଞ୍ଚାୟତ ୩ନଂ. ୱାର୍ଡ ରାଉତପଡା ଅଞ୍ଚଳର ୫୫ ବର୍ଷୀୟା ରଜନୀ ଦାସଙ୍କ ନିକଟରେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ। ୨୦ବର୍ଷୀୟା ଦିବ୍ୟାଙ୍ଗ ଝିଅଙ୍କୁ ସାଙ୍ଗରେ ଧରି ସେ ଏବେ ବାଲିକଣା ଅଞ୍ଚଳରେ ୫ଶହ ଟଙ୍କା ଭଡା ଦେଇ ରହୁଛନ୍ତି। ମାସିକ ୫ଶହ ଟଙ୍କା ସରକାରୀ ଭତ୍ତା ସହିତ ୫କି.ଗ୍ରା. ଚାଉଳ ତାଙ୍କୁ ମିଳୁଛି ା ଝିଅ ସୁକାନ୍ତିଙ୍କୁ ପୂର୍ବରୁ ଚାଉଳ ମିଳୁଥିବା ତେବେ ଆଧାରକାର୍ଡ ନ ଥିବାରୁ ତାଙ୍କୁ ଗତ ଦୁଇବର୍ଷ ହେଲା ଆଉ ଚାଉଳ ମିଳୁନାହିଁ ା ଏଭଳି ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି ମା’ଝିଅ।
୧ ଗୁଣ୍ଠ ସମ୍ପତ୍ତି ତାଙ୍କର ନିଜସ୍ବ ସମ୍ବଳ। ତାଙ୍କ ଘରଟି ଭାଙ୍ଗିଯିବା ପରେ ସେ ଭଡା ଘରେ ରହୁଛନ୍ତି ା ସରକାରଙ୍କ ପକ୍ଷରୁ ତାଙ୍କୁ ଇନ୍ଦିରା ଆବାସଟିଏ ମିଳିପାରିନାହିଁ। ଅପରପକ୍ଷେ ତାଙ୍କ ଜମିକୁ ପଡୋଶୀ ହାତେଇବା ପାଇଁ ଚାହୁଁଥିବାରୁ ଉଭୟ ମା’ ଓ ଝିଅ ହଇରାଣ ହେଉଥିବା ସେ କୁହନ୍ତି। ପୂର୍ବତନ ସମିତିସଭ୍ୟ କୃଷ୍ଣଚନ୍ଦ୍ର ବେହେରା କହନ୍ତି ତାଙ୍କ ନାମରେ ଘରଟିଏ ଆସିଥିଲା ା କେହି ତାଙ୍କୁ ସହଯୋଗର ହାତ ନ ବଢାଇବାରୁ ତାହା ଫେରିଯାଇଛି। ଅପରପକ୍ଷେ ତାଙ୍କ ଘରକୁ ଅନ୍ୟ ଜଣଙ୍କୁ ଦିଆଯାଇଥିବା ଅଭିଯୋଗ କରିଛନ୍ତି ରଜନୀ ା ସେ କୁହନ୍ତି, ସିମୁଳିଆ ବ୍ଲକ ଅଧୀନ ବାଉରୀପଡା ଅଞ୍ଚଳରେ ତାଙ୍କ ଶାଶୁଘର। ବିବାହର କିଛି ମାସ ପରେ ତାଙ୍କୁ ନିର୍ଯାତନା ଦିଆଯିବାରୁ ସେ ସହି ନ ପାରି ନିଜ ଗାଁକୁ ଫେରିଆସିଥିଲେ ା ସେଠାରେ ତାଙ୍କ ଝିଅ ସୁକାନ୍ତି ଜନ୍ମ ହୋଇଥିଲା ା ସୁକାନ୍ତି ଗାଁ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ। ତାଙ୍କଠାରେ ସାମାନ୍ୟ ମାନସିକ ବିକୃତି ଦେଖାଦେବାରୁ ସେ ଆଉ ପାଠ ପଢି ନ ଥିଲେ। ପେଟ ପୋଷିବା ପାଇଁ ପ୍ରତ୍ୟେକ ଦିନ ସକାଳେ ୪କି.ମି. ଚାଲି ଚାଲି ଯାଇ ରଜନୀ ଝିଅକୁ ମାର୍କୋଣା ଷ୍ଟେଶନ ବଜାରରେ ଜଣେ ବ୍ୟକ୍ତିଙ୍କ ଘରେ କାମ କରିବା ପାଇଁ ଛାଡି ଆସନ୍ତି ା ସେ ନିଜେ ଗାଁକୁ ଫେରି ଜଣେ ପଡୋଶୀଙ୍କ ଗୁହାଳ କାମ କରନ୍ତି। ପୁଣି ମଧ୍ୟାହ୍ନରେ ଝିଅକୁ ଆଣିବା ପାଇଁ ଯାଆନ୍ତି ା ସୁକାନ୍ତି ମାସିକ ହଜାରେ ଓ ରଜନୀ ମାସିକ ୩ଶହ ଟଙ୍କା ରୋଜଗାର କରନ୍ତି ା ଏଥିରେ ତାଙ୍କ ପରିବାର ଚାଲୁଥିବା ସେମାନେ ପ୍ରକାଶ କରିଛନ୍ତି ା