ସମର୍ଥକଙ୍କୁ ରଜନୀକାନ୍ତଙ୍କ ଅନୁରୋଧ

ଚେନ୍ନାଇ,୧୧ ।୧: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ କିଛିଦିନ ତଳେ ରାଜନୀତିରୁ ଦୂରେଇ ଯିବା କଥା କହିଥିଲେ । ଏହାପରେ କିନ୍ତୁ ତାଙ୍କ ପ୍ରଶଂସକ ତଥା ସମର୍ଥକଙ୍କ ମନ ମାନି ନ ଥିଲା । ଗୋଟିଏ ଦିନ ପୂର୍ବରୁ ତାଙ୍କ ସମର୍ଥକମାନେ ଅନୁରୋଧ କରିଥିଲେ ରଜନୀକାନ୍ତ ପୁଣିଥରେ ରାଜନୀତିକୁ ଆସନ୍ତୁ । ସୋମବାର ଏହାକୁ ନେଇ ରଜନୀକାନ୍ତ କହିଛନ୍ତି ମୁଁ ରାଜନୀତି କରିବି ନାହିଁ ବୋଲି ନିଷ୍ପତ୍ତି ନେଇ ସାରିଛି ତେଣୁ ଏହା ଉପରେ ପୁଣିଥରେ ବିଚାର କରିବାକୁ ଆଗ୍ରହ ପ୍ରକାଶ ନ ପାଉ ବୋଲି ସେ ତାଙ୍କ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ରବିବାର ଚେନ୍ନାଇ ପୋଲିସଠାରୁ ଅନୁମତି ନେଇ ରଜନୀକାନ୍ତଙ୍କ ପ୍ରଶଂସକମାନେ ଏକ ଇଭେଣ୍ଟ ଆୟୋଜନ କରି ରଜନୀକାନ୍ତ ପୁଣିଥରେ ରାଜନୀତିକୁ ଫେରନ୍ତୁ ବୋଲି ଅନୁରୋଧ କରିଥିଲେ । ତେବେ ସୋମବାର ରଜନୀକାନ୍ତ କହିଛନ୍ତି ମୋର ସମର୍ଥକମାନେ ମୋତେ ଯେଉଁ ଅନୁରୋଧ କରିଛନ୍ତି ତାହ ମୁଁ ବୁଝି ପାରୁଛି ହେଲେ ମୁଁ ଯେଉଁ ନିଷ୍ପତ୍ତି ନେଇଛି ତା’ପରେ ଏହା ମୋତେ ଦୁଃଖ ଦେଉଛି । ମୁଁ ମୋର ନିଷ୍ପତ୍ତି ନେଇ ସାରିଛି ତେଣୁ ମୋତେ ଲାଗାତାର ଭାବେ ଏକଥା କୁହା ନ ଯାଉ ।

Share