ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ସାକ୍ଷାତ ଉପରେ ରାଜନୀତି ଆରମ୍ଭ ହୋଇଛି। ଫିଲ୍ମ ‘ଜେଲର’ର ପ୍ରମୋଶନ ପାଇଁ ରଜନୀକାନ୍ତ ଲକ୍ଷ୍ନୌ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଦଛୁଇଁ ଆଶୀର୍ବାଦ ନେଇଥିଲେ।ଯାହାକୁ ନେଇ ଉତ୍ତରପ୍ରଦେଶରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ରଜନୀକାନ୍ତ ବଦ୍ରିନାଥ ପରିଦର୍ଶନ କରିବା ପରେ ଶୁକ୍ରବାର ଲକ୍ଷ୍ନୌରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରଜନୀକାନ୍ତଙ୍କୁ ସ୍ବାଗତ କରି ସମ୍ମାନର ସହିତ ଘରକୁ ନେଇଥିଲେ। କିଛି ସମୟ ପାଇଁ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା।
ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓରେ ରଜନୀକାନ୍ତ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଦ ଛୁଇଁଥିବାର ନଜର ଆସିଥିଲେ। ପାଦ ଛୁଇଁବା ଉପରେ ସମାଜବାଦୀ ପାର୍ଟି ରଜନୀକାନ୍ତଙ୍କ ବ୍ୟକ୍ତିଗତ କଥା କହିଛନ୍ତି। ଏସପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ, ରଜନୀକାନ୍ତଙ୍କୁ ଅପମାନିତ କରିବାକୁ ଭାଜପା ଚେଷ୍ଟା କରିଛି। ଭାଜପାର ଲୋକମାନେ ଖୁସି ହେବା ଉଚିତ୍ ଯେ ସେମାନଙ୍କର ନେତାଙ୍କୁ ସମ୍ମାନ କରାଯାଉଛି,କିନ୍ତୁ ସମ୍ମାନର ବାହାନାରେ ଭାଜପା ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରେ।